No Result
View All Result
୨୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ମୁଖ୍ୟମନ୍ତ୍ରୀ କୋରାଇର ତଳଗଡରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ଜୁଲାଇରୁ ଛାଡ ହେବ ବିଜୁଳି ବିଲ କ୍ଷେତ୍ରରେ ୯୦ପ୍ରତିଶତ ଜନତା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ l ଶୁକ୍ରବାର ଅପରାହ୍ନରେ କୋରାଇ ବିଧାନ ସଭାକ୍ଷେତ୍ରର ତଳଗଡ ପଂଚାୟତ ନଗୁଆଁ ସ୍ଥିତ ବ୍ରାହ୍ମଣୀଦେବୀ ପଡିଆରେ ବିଜେଡି ଦଳ ପକ୍ଷରୁ ହୋଇଥିଲା ବିଶାଳ ସଭା । ସଭାରେ ଦଳର ମୁଖୁଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହିଳାଙ୍କ ପାଇଁ ମିଶନ ଶକ୍ତି ଯୋଜନା, କୃଷକଙ୍କ ପାଇଁ କାଳିଆ ଯୋଜନା,ମୋ ବସ, ଚିକିତ୍ସା ନିମନ୍ତେ ବିଏସକେୱାଇ କାର୍ଡ, ବିଶୁଦ୍ଧପାନୀୟ ଜଳ ପାଇଁ ଟ୍ୟାଙ୍କ ଫର ଡ୍ରିଙ୍କ, ନୂଆ-ଓ ଛାତ୍ରବୃତି, ୧0ଲକ୍ଷ ଯାଏ ରିହାତି ସୁଧରେ ଶିକ୍ଷା ଋଣ, ଗ୍ରାମାଂଚଳରେ ଲକ୍ଷ୍ମୀ ବସ, ୨୦ଲକ୍ଷ ଯାଏ ରିହାତି ସୁଧରେ ଗୃହରଣ ବ୍ୟବସ୍ଥା କରାଯାଇଥିଲା ବେଳେ ଜୁଲାଇ ମାସରୁ ବିଜୁଳି ବିଲ ଛାଡହେବ; ଏହା ମୋର ଗ୍ୟାରେଣ୍ଟି ବୋଲି କହିଥିଲେ । ଏହି ଯୋଜନାକୁ କେହି ବନ୍ଦ କରିପାରିବେନି ଓ ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଯାଇଥିବା ଓ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିବା ସହ ବିକାଶ ପାଇଁ ଶଙ୍ଖ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ ।ତାଙ୍କ ବିକାଶର ଦିଗକୁ ତ୍ବରାନ୍ବିତ କରିବା ପାଇଁ ଦଳର ଯାଜପୁର ଲୋକସଭା ସାଂସଦ ପ୍ରାର୍ଥନୀ ଓ କୋରାଇ, ସୁକିନ୍ଦା, ଧର୍ମଶାଳା,ବରି, ବିଞ୍ଝାରପୁର ଯାଜପୁର,ବଡଚଣା ୭ ବିଧାନସଭା ପ୍ରାର୍ଥୀ ଙ୍କୁ ଶଙ୍ଖଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ବରିଷ୍ଠ ବିଜେଡି ନେତା ତଥା ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଯୋଗଦେଇ ୫ଟିର କାର୍ଯ୍ୟ କାରିତା ଓ ନବୀନଙ୍କ ଗ୍ୟାରେଣ୍ଟି ସମ୍ପର୍କରେ ବକ୍ତବ୍ୟ ପ୍ରସଙ୍ଗରେ ସୂଚନା ଦେଇଥିଲେ l ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସଭା ଅବ୍ୟବହିତ ପୂର୍ବରୁ ଶେଷଯାଏ ଉପସ୍ଥିତ ରହି ସଭାକର୍ଯ୍ୟ ତଦାରଖ ପୂର୍ବକ ଉପସ୍ଥିତ ଜନତାଙ୍କ ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ ।ସଭାକୁ ଶ୍ରୀ ଦାସ ସଂଚାଳନା କରିଥିଲା ବେଳେ ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ, କୋରାଇ ବିଧାୟିକା ପ୍ରାର୍ଥନୀ ସନ୍ଧ୍ୟା ରାଣୀ ଦାସ , ବିଞ୍ଝାରପୁର ବିଧାୟିକା ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ, ବଡଚଣା ବିଧାୟିକା ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ , ଧର୍ମଶାଳା ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତ ରାୟ, ବରି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ, ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରିତିରଞ୍ଜନ ଘଡେଇ ପ୍ରମୁଖ ଯୋଗଦେଇ ଶଙ୍ଖଚିହ୍ନରେ ଭୋଟଦେଇ ବିପୁଳ ସଂଖ୍ୟାରେ ବିଜୟୀ କରି ବିକାଶ ଲାଗି ନିବେଦନ କରିଥିଲେ । ପ୍ରାରମ୍ଭରେ କୋରେଇ ବିଧାୟକ ଅଶୋକ କୁମାର ବଳ ସ୍ଵାଗତ ଭାଷଣ ଦେଇଥିଲେ lଅନ୍ୟମାନଙ୍କ ମଧ୍ୟରେ କୋରାଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ବଳ, ଏକ ନମ୍ବର ଜିଲା ପରିଷଦସଭ୍ୟା ସସ୍ମିତା ତରେଇ, ୩ନମ୍ବର ଜୋନସଭ୍ୟ ଉମାକାନ୍ତ ମାଝୀ, ଜିଲାବିଜେଡି ସଭାନେତ୍ରୀ ସବିତା ରାଉତ, ସରୋଜିନୀ ବଳ, ପୂର୍ବତନ କୋରାଇ ବ୍ଲକ ଅଧ୍ୟକ୍ଷ ଭିକାରୀ ବରାଳ, ଜିଲାଯୁବ ସଭାପତି ପ୍ରତାପ ମହାନ୍ତି, ଯୁବନେତା ତାରକେଶ୍ଵର ମହାନ୍ତି, ସ୍ଥାନୀୟ ସରପଂଚ ସନ୍ତୋଷ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ସେହିପରି କୋରାଇ ବ୍ଲକ ଯୁବବିଜେଡି ସଭାପତି ସୌଭାଗ୍ୟ ମହାନ୍ତି ,ସରପଂଚ ରାଜେନ୍ଦ୍ର କୁମାର ରାଉତରାୟ, ଗୌରୀଶଙ୍କର ମହାପାତ୍ର, ସାରଙ୍ଗଧର ପ୍ରଧାନ, ପ୍ରଶାନ୍ତ ମହାପାତ୍ର, ଅଥୟ କୁମାର ମହାନ୍ତି, ସନ୍ତୋଷକୁମାର ବେହେରା, ସୁଧାଂଶୁଶେଖର ବରାଳ, ରୁନୁ ଭୁୟାଁ, ସୁରେଖା ସେଠୀ, ଗଣେଷ ସାହୁ, ସୂର୍ଯ୍ୟମଣି ପଣ୍ଡାଙ୍କ ସମେତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, ବିଭିନ୍ନ ପଂଚାୟତ ସଭାପତି, ଯୁବ ସଭାପତି, ଛାତ୍ର ସଭାପତି, ମହିଳା ସଭାପତି ଆଦି କର୍ମକର୍ତା ଓ ବରିଷ୍ଠ ସଦସ୍ୟମାନେ ସଭାରେ ଯୋଗ ଦେଇ ଥିଲେ । ପ୍ରାୟ ୨୫ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ବେଶୀ ପରିମାଣ ରେ ଦେଖାଯାଇଥିଲା । ସେମାନଙ୍କ ଦ୍ଵାରା ଶଙ୍ଖ, ହୁଳହୁଳୀ ଧ୍ଵନୀରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳୀ ,ଶେଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଯେନ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result