ଓଡିଶା ତାଜା ନ୍ୟୁଜ୍ (୦୫ ଅଗଷ୍ଟ ବୁଧବାର) ବରଗଡ଼ :- ଆଜି ବରଗଡ଼ ସହର ହାଟପଦା ଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଏମ୍ ଏମ୍ ସି ସେଣ୍ଟର ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଓ ଜିଲ୍ଲାପାଳଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ୭୭,୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ କୋଠା ରେ ସ୍ବାସ୍ଥ୍ୟ ସେବା ସଙ୍ଗେ ଫିଜିଓ ଥେରାପି,ସି ଶିଶୁ ର ଯତ୍ନ ନିଆଯିବ। ବର୍ତ୍ତମାନ ଏଠାରେ ଜଣେ ମେଡିକାଲ ଅଫିସର, ଜଣେ ଆୟୁଷ ଡାକ୍ତର ଙ୍କ ସମେତ ୨ ଜଣ ଷ୍ଟାଫ ନର୍ସ, ଜଣେ ଫାର୍ମାସିଷ୍ଟ,୨ ଜଣ ସହଯୋଗୀ କର୍ମଚାରୀ କାର୍ଯ୍ୟରତ ଅଛନ୍ତି।
ଏହା ସହରାଞ୍ଚଳ ର ୧୧ ଟି ଓ୍ବ।ର୍ଡ ର ପ୍ରାୟ ୪୧ ହଜାର ଲୋକ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇପାରିବ ବୋଲି କୁହାଯାଏ। ସେହିପରି ୩ ଜଣ ବିଶେଷଜ୍ଞ ଡାକ୍ତର ମଧ୍ୟ ସପ୍ତାହ ର ବିଭିନ୍ନ ଦିନରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବେ। ଅପରପକ୍ଷରେ ମା ଶିଶୁ ର ଯତ୍ନ ପାଇଁ ଏଠାରେ ଏଏନ୍ଏମ୍ ,ଆଶାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ର ମଧ୍ୟ ବ୍ୟବସ୍ଥା ରହିଛି। ଉଦ୍ ଘାଟନ ଉତ୍ସବରେ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ସିଡିଏମଓ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। (ସତ୍ୟ ନାରାୟଣ ପ୍ରଧାନ, ବରଗଡ଼)