No Result
View All Result
୨୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଆମଣ ପଞ୍ଚାୟତ ବାଗଧରାପୁର ଗ୍ରାମ୍ୟ କମିଟିର ସଭାପତି ହୃଷିକେଶ ବେହେରାଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନଧରି ଅସୁସ୍ଥ ଥିଲେ । ବୁଧବାର ସକାଳେ ତାଙ୍କ ବାଗଧରାପୁର ବାସ ଭବନରେ ପରଲୋକ ହୋଇ ଯାଇଛି ।
ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ଆଖପାଖ ଅଞ୍ଚଳର ବିଶିଷ୍ଟ ଲୋକମାନେ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ ସଭାପତି ଥିଲା ସମୟରେ ରାଧାକୃଷ୍ଣ ମନ୍ଦିରର ବିଭିନ୍ନ ପର୍ବପର୍ବାଣି ଭଲଭାବେ ପରିଚାଳନା କରିଥିଲେ ।
ତାଙ୍କ ମର ଶରୀରକୁ ଗ୍ରାମ୍ୟ ଶ୍ମସାନରେ ଦାହ କରାଯାଇଥିଲା । ବଡ଼ ପୁଅ ଚିତ୍ତରଞ୍ଜନ ବେହେରା ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
No Result
View All Result