ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ – ସୋନାଲି ମହାରଣା (୦୫ ଅଗଷ୍ଟ ବୁଧବାର) ରଣପୁର :- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ରଣପୁର ଥାନା ସମ୍ମୁଖ ରେ ଥାନା ଅଧିକାରୀ ଆଇ.ଆଇ.ଆଇସି ରଶ୍ମି ରଞ୍ଜନ ଙ୍କ ଅଧକ୍ଷତା ରେ ଅନ୍ୟ ଥାନା ଅଧିକାରୀ ମାନେ କରୋନା ଲଢ଼େଇରେ ଜୀବନ ଉତ୍ସର୍ଗ କରି ସେବା ପ୍ରଦାନ କରିଥିବା ପ୍ରତ୍ୟେକ ଯୋଦ୍ଧା ମାନଙ୍କ ସଦ୍ଗତି କାମନା କରି କରୋନା ଯୋଦ୍ଧା ପାଇଁ ନିରବ ପ୍ରାର୍ଥନା କରିଛନ୍ତି ।
ସେହି କରୋନା ଯୋଦ୍ଧା ଙ୍କ ନିସ୍ୱାର୍ଥପର ସେବା ସ୍ମୃତିଚାରଣ କରିବା ନିମନ୍ତେ ସେମାନଙ୍କ ଆତ୍ମା କୁ ସମ୍ମାନର୍ଥେ ନିରବ ପ୍ରାର୍ଥନା ଏବଂ ଶପଥ ପାଠ କରାଯାଇଛି । କୋଭିଡ ନିୟମାବଳୀକୁ ମାନି ମାସ୍କ , ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କରୋନା ମହାମାରୀକୁ ହରାଇବା ପାଈଁ କରୋନା ସହ ଦିନ ରାତି ସଂଘର୍ଷ କରୁଥିବା ଅନେକ ଯୋଦ୍ଧା ମାନଙ୍କୁ ସମ୍ମାନ ଓ ସମବେଦନା ଦେବା ପ୍ରତ୍ୟେକ ନାଗରିକ ଙ୍କ କର୍ତବ୍ୟ ।