No Result
View All Result
ମାଟି ର ଝିଅ ବ୍ରହ୍ମଗିରି ମାଟି ର ସନମାନ ପାଇଁ କାମ କରିବି

୨୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମଗିରି /ପୁରୀ :-> ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଠାରେ ବିଜେପି ର ପ୍ରାର୍ଥୀନୀ ଉପାସନା ମହାପାତ୍ର ଙ୍କ ବିରାଟ ଶୋଭାଯାତ୍ରା ଓ ରୋଡ଼ସୋ ଦେଖିବାକୁ ମିଳିଛି |

ହଜାର ହଜାର ସମର୍ଥକ ଏଥିରେ ସ୍ଵ ଇଛା ରେ ଯୋଗ ଦେଇଥିବା ଯୋଗୁଁ ଉପାସନା ଙ୍କ କ୍ରେଜ ବଢିଛି ବୋଲି ଅଞ୍ଚଳବାସୀ କହୁଛନ୍ତି | ବ୍ରହ୍ମଗିରି ମାଟିର ମଣିଷ ଲୁଲୁଭାଇ ଙ୍କୁ ମନେପକାଇ ଉପାସନା ଙ୍କୁ ହଜାର ହଜାର ଜନତା ଙ୍କ ସମର୍ଥନ ରହିଥିବା ଚର୍ଚ୍ଚା ହେଉଛି |

ବିଗତ ଦିନରେ ଏଠାରେ ଥିବା ବିଧାୟକ ଲୋକମାନଙ୍କ ସୁବିଧା ଅସୁବିଧା ବୁଝି ନ ପାରି ଅନ୍ୟତ୍ର ଚାଲିଯାଇଛନ୍ତି | ମା, ମାଟି, ଓ ବ୍ରହ୍ମଗିରିବାସି ଙ୍କ ସେବା ପାଇଁ ସମର୍ପିତ ହୋଇ କାମ କରିବି ବୋଲି ଉପାସନା ଜନସଭା ରେ କହିଛନ୍ତି |

କୃଷ୍ଣପ୍ରସାଦ ର ଚଉଦ ପଞ୍ଚାୟତ, ବ୍ରହ୍ମଗିରି ର ପଚିଶ ପଞ୍ଚାୟତ ଓ ପୁରୀସଦର ଏଗାର ପଞ୍ଚାୟତ ରେ ଉପାସନା ଙ୍କ ଆଦର ବଢ଼ିବାରେ ଲାଗିଛି ବୋଲି ବିଭିନ୍ନ ଛକ ରେ ଆଲୋଚନା ଜୋର ଧରିଛି |


No Result
View All Result