No Result
View All Result
୨୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ଯୁବ ବିଜେଡି ଉପସଭାପତି ଦିଲ୍ଲୀପ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ବେଗୁନିଆ – ବୋଲଗଡ ନିର୍ବାଚନ ମଣ୍ଡଳ ସ୍ତରୀୟ ଯୁବ ବିଜେଡି କର୍ମୀ ସମ୍ମିଳନୀ ବୋଲଗଡ ବ୍ଲକ ଅନ୍ତର୍ଗତ ଚୁଡା ଗ୍ରାମସ୍ଥିତ ଗେଡି ମୁଣ୍ଡିଆ ରାମଚଣ୍ଡୀ ପୀଠଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି ଯୁବ ବିଜେଡି କର୍ମୀ ସମ୍ମିଳନୀରେ ବିଜେଡି ବିଧାୟକ ପାର୍ଥି ପ୍ରଦୀପ କୁମାର ସାହୁ ଓ ସାଂସଦ ପାର୍ଥି ମନ୍ମଥ ରାଉତରାୟଙ୍କ ପ୍ରତିନିଧି ସୁନୀଲ କୁମାର ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ରାୟଗୁରୁ, ଶୁଭେନ୍ଦୁ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ କୁମାର ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ l
ଏହି ନିର୍ବାଚନ ମଣ୍ଡଳ ସ୍ତରୀୟ ଯୁବ ବିଜେଡି କର୍ମୀ ସମ୍ମିଳନୀରେ ବୋଲଗଡ ବ୍ଲକ ଓ ବେଗୁନିଆ ବ୍ଲକର 40 ଟି ଗ୍ରାମପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀମାନେ ଯୋଗଦେଇଥିଲେ l ବୋଲଗଡ – ବେଗୁନିଆ ନିର୍ବାଚନ ମଣ୍ଡଳର ସମସ୍ତ ବିକାଶ ମୂଳକ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଚାଷ ଏବଂ ଚାଷୀର ବିକାଶ ପାଇଁ ଜଳସେଚନର ବ୍ୟବସ୍ଥା କରିବା,ବେକାରୀ ସମସ୍ୟା ଦୂରୀକରଣ ଓ ଗରିବ ଖଟିଖିଆ ଦିନ ମଜୁରିଆମାନଙ୍କର ବିଭିନ୍ନ ସମସ୍ୟା ଦୂରୀକରଣ କରିବାକୁ ବିଜେଡି ବିଧାୟକ ପାର୍ଥି ପ୍ରଦୀପ କୁମାର ସାହୁ ଶପଥ ନେଇ ଘୋଷଣା କରିଥିଲେ l ତେଣୁ ସମସ୍ତ ଯୁବ ଛାତ୍ର ଓ ଜନସାଧାରଣ ମିଳିତଭାବେ ବିଧାୟକ ପାର୍ଥି ଶ୍ରୀ ସାହୁ ଓ ସାଂସଦ ପାର୍ଥି ମନ୍ମଥ ରାଉତରାୟଙ୍କୁ ଯୋଡି ଶଙ୍ଖ ଚି଼ହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ ନିବେଦନ କରିଥିଲେ l ପରିଶେଷରେ ଦିଲ୍ଲୀପ କୁମାର ମହାପାତ୍ର ଓ ନିବାସ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result