No Result
View All Result
୨୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ ଜିଲ୍ଲା :-> ଫତେଗଡ ଥାନା ଅନ୍ତର୍ଗତ ବାଇଗୁଣିଆ ଗ୍ରାମର ଶିବ ବେହେରାଙ୍କପୁଅ କାର୍ତ୍ତିକ ବେହେରା (୨୫) ମଙ୍ଗଳବାର ସନ୍ଧ୍ୟା ସମୟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ନେଇ ଦୁଃଖଦ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଘଟଣାରୁ ପ୍ରକାଶ ବାଇଗୁଣିଆ ବଜାରରେ ଶିବ ବେହେରାର ଏକ ମାଛ ଦୋକାନ ରହିଛି । ମଙ୍ଗଳବାର ସନ୍ଧ୍ୟା ସମୟରେ ଦୋକାନର ବିଦ୍ୟୁତ୍ କୌଣସି କାରଣରୁ କଟି ଯାଇଥିବାରୁ ସେ ସଜାଡୁ ଥିଲେ ।
କିନ୍ତୁ ଦୁଃଖର ବିଷୟ ସେ ସଜାଡ଼ିବା ସମୟରେ ତାଙ୍କୁ ବିଦ୍ୟୁତ୍ ଆଘାତ ହୋଇଥିଲା ଫଳରେ ସେ ଫୋପାଡି ହୋଇ ପଡ଼ିଥିଲେ । ସାଙ୍ଗେ ସାଙ୍ଗେ ଉପସ୍ଥିତ ଜନସାଧାରଣ ତାଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ମଧ୍ୟ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସେ ଏକ ରୋଜଗାରିଆ ପୁଅ ହୋଇଥିବା ବେଳେ ଶିବର ମୃତ ଖବର ଶୁଣି ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଘରେ ତାଙ୍କର ବିଧବା ପତ୍ନୀ ସହ ୧୧ ମାସର ଛୋଟ ଝିଅ ଟିଏ ଅଛି। ତେଣୁ ରାଜ୍ୟ ସରକାର ତଥା ବିଦ୍ୟୁତ୍ ବିଭଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

No Result
View All Result