ଓଡିଶା ତାଜା ନ୍ୟୁଜ୍ ( ୦୪ ଅଗଷ୍ଟ ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ମାଡି ଆସିଲାଣି । ଆଜି ପୁଣି ଜିଲ୍ଲାରୁ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ଚିନ୍ତିତର ବିଷୟ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର । ଆଜି ଚିହ୍ନଟ ହୋଇଛନ୍ତି ଭାପୁର ବ୍ଲକ ରୁ ୨ ଜଣ, ଗଣିଆ ବ୍ଲକ ରୁ ଜଣେ, ଖଣ୍ଡପଡା ବ୍ଲକ ରୁ ୬ ଜଣ, ନୟାଗଡ଼ ବ୍ଲକ ରୁ ୧୨ ଜଣ, ଓଡ଼ଗାଁ ବ୍ଲକ ରୁ ୪ ଜଣ, ରଣପୁର ବ୍ଲକ ରୁ ୫ ଜଣ ଏବଂ ମୁନିସିପାଲିଟ/ ଡିଏଚଏଚ ରୁ ଜଣେ ।
ବର୍ତ୍ତମାନ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବ୍ଲକ ର ଗୋଡିପଡା ଗାଁ କଣ୍ଟେନମେଣ୍ଟ ରେ, କୁରୁଡଙ୍ଗା, ମଝିଆଖଣ୍ଡ, ଜାଗିରିଖଇରପଟି, ହରିଡାବନ୍ଧ, ପାଟେଲିସାହି ଏବଂ ଡିମିସର ଗାଁ ବଫର ଜୋନ ଘୋଷିତ ହୋଇଛି । ସେହିପରି ନୟାଗଡ଼ ମୁନିସିପାଲିଟି ର ୧୨ ନଂ ୱାର୍ଡ ର ରାଜା ବଗିଚା, ସିଂହ ଗଳି, ଅମରେନ୍ଦ୍ର ବଜାର ଗଳି ଏବଂ ଲକ୍ଷ୍ମୀ ବଜାର କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ପାର ହୋଇ ୭୧୭ ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୪୬୬ ଜଣ ସୁସ୍ଥ ହୋଇଥିବାବେଳେ ୨୪୬ ଜଣ ଏବେ ସକ୍ରିୟ ଅଛନ୍ତି ଏବଂ ୩ ଜଣଙ୍କର ଜୀବନ କରୋନା ନେଇଛି । ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ନୟାଗଡ଼ ଜିଲ୍ଲା ରେ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଟୁଇଟର୍ ରୁ ସୂଚନା ମିଳିଛି । (ରିପୋର୍ଟ ରାମକୃଷ୍ଣ ରଥ)