ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ,ଅଭିମନ୍ୟୁ ( ୦୪ ଅଗଷ୍ଟ ମଙ୍ଗଳବାର ) ରଣପୁର :- ଦିନ କୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ପ୍ରଥମେ ଏହା ସଙ୍ଗରୋଧ କେନ୍ଦ୍ର ରୁ ପଜେଟିଭ ବାହାରୁ ଥିଲା ବେଳେ ଏବେ ଲୋକାଲ ରୁ ପଜେଟିଭ ଦିନକୁ ଦିନ ବାହରିବା ରେ ଲାଗିଛି । ଆଜି ରଣପୁର ମେଡିକାଲ ଜଣେ କର୍ମଚାରୀ , ମୋହରୀ , ସୁନାଖଳାର କୁଳାସର ଓ ଗୋପାଳପୁର ଅଚଂଳରୁ କରୋନା ପଜେଟିଭ ବାହାରିଥିବାରୁ ଏବେ ଚିନ୍ତା ବଢିବାରେ ଲାଗିଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳ ରେ ଏବେ କରୋନା ରୋଗୀ ଙ୍କ ସଂଖ୍ୟା ଦ୍ରୁତ ଗତି ରେ ବୃଦ୍ଧି ପାଇବା ରେ ଲାଗିଛି । ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀ ଙ୍କୁ ଚିହ୍ନଟ ନିମନ୍ତେ ମାଗଣା ରେ କୋଭିଡ ପରୀକ୍ଷା କରାଯିବା ପରେ ରୋଗୀ ଙ୍କ ସଂଖ୍ୟା ବଢି ଚାଲିଥିବା ପ୍ରମାଣିତ ହୋଇଛି ।
ରଣପୁର ମେଡିକାଲ ରୁ ଜଣେ ଆଟେନାଟଂ ଆଜି ପଜେଟିଭ ବାହାରିଥିବା ଜଣାଯାଇଛି । ସଂପୃକ୍ତ ଆଟେନାଟଂ ଅନେକ ରୋଗୀ ଙ୍କ ସଂଷ୍ପର୍ସ ରେ ଆସିଛନ୍ତି । ଯାହାଫଳ ରେ ରୋଗୀ ମାନେ ଏବେ ମେଡିକାଲ ଯିବାକୁ ଭୟ କରୁଛନ୍ତି । ସେହିପରି ଜଣେ ଷ୍ଟାମ୍ପ ଭେଣ୍ଡର ମଧ୍ୟ ଏହି ରୋଗ ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସଂପୃକ୍ତ ବ୍ୟକ୍ତି ଅନେକ ଅଫିସ ସଂଷ୍ପର୍ସ ରେ ଆସିଛନ୍ତି । ଏଥିପାଇଁ ବାର ଆସୋସିଏସନ ର ସଦସ୍ୟ , ସବରେଜିଷ୍ଟର ଅଫିସ , ମୋହରୀ ଓ ତହସିଲ କର୍ମଚାରୀ ଙ୍କ ର ସ୍ୱାବ ଟେଷ୍ଟ ହେବା ବୋଲି ଜଣାଯାଇଛି । ଏପରିକି କରୋନା ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ବ୍ୟକ୍ତିମାନେ ଦୈନିକ ଶହଶହ ସଂଖ୍ୟା ରେ ସୁସ୍ଥ ବ୍ୟକ୍ତି ଙ୍କ ସହ ମିଳାମିଶା କରିଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି ।
ମେଡିକାଲ ଆଟେଣ୍ଡାଂଟ ଙ୍କୁ କରୋନା ଚିହ୍ନଟ ପରେ ବୁଧବାର ଡାକ୍ତରଖାନା ପରିସର କୁ ସାନିଟାଇଜ କରାଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବୈଦ୍ୟନାଥ ନନ୍ଦ ସୁଚନା ଦେଇଛନ୍ତି । ସେହିଭଳି କରୋନା ରୋଗୀ ଙ୍କ ସଂଖ୍ୟା ଦିନକୁଦିନ ବଢି ଚାଲିଥିବାରୁ ଏହା ସାଧାରଣ ସୁସ୍ଥ ଲୋକ ଙ୍କ ମୁଣ୍ଡବିନ୍ଧା ର କାରଣ ହୋଇଛି । ଗୋପାଳପୁର ୩ ଦିନ ସଟଡାଉନ ଥିବାବେଳେ ଆଜି ପୁଣି ସେଠାରୁ ୫ ଟି ପଜେଟିଭ ବାହାବାରୁ ଶୁକ୍ରବାର ପର୍ଯ୍ୟନ୍ତ ସଟଡାଉଇନ ଘୋଷଣା କରାଯାଇଛି । ଲୋକାଲ ରୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏବେ ସାଧାରଣ ଲୋକମାନେ ଭୟଭିତ ହୋଇଯାଇଛନ୍ତି ।
ରାଜସୁନାଖଳା ଗୋପୀନାଥପୁର ସାହି ମଧ୍ୟରୁ ଜଣେ ଯୁବକ କରୋନା ପଜେଟିଭ ଚିହ୍ନଟ କରାଯାଇଥିବାବେଳେ ରୋଗ ଜଣାପଡିବା ପରେ ସେ କେଉଁଆଡେ ଫେରାର ହୋଇଯାଇଛନ୍ତି ା ଏହାକୁ ନେଇ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ଚିନ୍ତା ବଢିଯାଇଛି । ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କ ଘର କୁ ଯାଇ ତା’ର ଅନୁପସ୍ଥିତି କାରଣ ରୁ ନିରାଶ ରେ ଫେରିଛନ୍ତି । ସେହିଭଳି କୁଳାଶର ରୁ ପଜେଟିଭ ବାହାରିବା ପରେ ୩ ଦିନ ପାଇଁ ସଟଡାଉନ କରିଦିଆଯାଇଛି ।