No Result
View All Result
ଦୁଇଟି ହାତଚି଼ହ୍ନରେ ଭୋଟ ଦେବାକୁ ପ୍ରାର୍ଥିଙ୍କ ନିବେଦନ

୨୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ବ୍ଲକ ବାଙ୍କୋଇ 26 ନମ୍ବର ଜୋନ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତ ରାଜସୁନାଖଳା କାଉଁରୀ ପାଟଣା ସାହିଠାରୁ ରବିବାରଦିନ ବୋଲଗଡ଼ ବ୍ଲକ କଂଗ୍ରେସ ସଭାପତି ସଞ୍ଜୟ ସୁବୁଦ୍ଧିଙ୍କ ନେତୃତ୍ୱରେ ଜୋନସ୍ତରୀୟ ନିର୍ବାଚନୀ ବାଇକ ରାଲି ଅନୁଷ୍ଠିତ ହୋଇଯାଇଅଛି ! ଏହି ଜୋନସ୍ତରୀୟ ନିର୍ବାଚନୀ ବାଇକ ରାଲି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସୀର ମହମ୍ମଦ, ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ,ରାଜ୍ୟ କଂଗ୍ରେସ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଓ ଖୋର୍ଦ୍ଧାଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କରିଥିଲେ !

ବେଗୁନିଆ – ବୋଲଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ଓଡ଼ିଶାର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ 2024 ସାଧାରଣ ନିର୍ବାଚନରେ ସେ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହେଲେ କୃଷି କ୍ଷେତ୍ରକୁ ୧୦୦ପ୍ରତିଶତ ଜଳସେଚନ ଏବଂ ପ୍ରତେକ ପଞ୍ଚାୟତରେ ଶୀତଳ ଭଣ୍ଡାର ନିର୍ମାଣ, ବୋଲଗଡ଼ ଓ ବେଗୁନିଆ ମହାବିଦ୍ୟାଳୟକୁ ସ୍ୱୟଂ ଶାସିତ ମହାବିଦ୍ୟାଳରେ ପରିଣିତ କରାଯିବ,

ଯୁବାବର୍ଗମାନଙ୍କ ପାଇଁ ବ୍ଲକସ୍ତରରେ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା ସହିତ କୁଟୀର ଶିଳ୍ପ ସ୍ଥାପନ କରାଯିବ,ବୋଲଗଡ଼ ଓ ବେଗୁନିଆକୁ ଏନଏ ସି ତୁରନ୍ତ କାର୍ଯ୍ୟକାରିତା କରିବା, ପଟବନ୍ଧା ଡ୍ୟାମକୁ ସୁଦୃଢ କରିବା ସହିତ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା କରିବା, ପ୍ରବାସୀ ଶ୍ରୀମିକମାନଙ୍କ ପାଇଁ ଆଞ୍ଚଳିକ ସ୍ତରରେ ରୋଜଗାର ଭିର୍ତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ବାପାଙ୍କ ଅଧୁରା ସ୍ୱପାଙ୍କୁ ପୂରଣ କରିବେ ବୋଲି କର୍ମୀ ଓ ଭୋଟ ଭାଇଭଉଣୀମାନଙ୍କୁ କହିଥିଲେ ! କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ବେକାରୀ ଭତା ମାସିକ ୩୦୦୦ଟଙ୍କା ଦିଆଯିବ ,
ଗୃହଲକ୍ଷ୍ମୀ ଯୋଜନାରେ ପ୍ରତେକ ଘରର ମୁଖ୍ୟଙ୍କୁ ମାସିକ ୨୦୦୦ଟଙ୍କା, ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ଟଙ୍କା କୃଷିରୁଣ ଛାଡ଼, କୃଷକମାନଙ୍କ ପାଇଁ ପେନସନ ୨୦୦୦ଟଙ୍କା, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ଭୁବନେଶ୍ୱର କଂଗ୍ରେସ ସାଂସଦ ୟାସିର ମହମ୍ମଦ ଉପସ୍ଥିତ ଥିବା ଲୋକମାନଙ୍କୁ କହିଥିଲେ ! ଏହି ବ୍ଲକସ୍ତରୀୟ ନିର୍ବାଚନୀ ବାଇକ ରାଲିରେ ୨୦0ରୁ ଉର୍ଦ୍ଧ ସଭ୍ୟ ଓ ସକ୍ରୀୟ ନେତା ଓ କର୍ମୀମାନେ ବାଇକ ରାଲିରେ ଯୋଗ ଦେଇଥିଲେ !


No Result
View All Result