ଓଡିଶା ତାଜା ନ୍ୟୁଜ୍ ( ୦୪ ଅଗଷ୍ଟ ମଙ୍ଗଳବାର ) ଦଶପଲ୍ଲା , ନୂଆଗାଁ :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକ୍ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ନୂଆଗାଁ,ଉଦୟପୁର, ସିକ୍ରିଡ଼ା ପଞ୍ଚାୟତ ବିଜୁ ଜନତା ଦଳ ତରଫରୁ ନୂଆଗାଁ ଉପ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆୟୋଜିତ ହୋଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛା କୃତ ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ । କରୋନା ମହାମାରୀ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ରାଜ୍ୟରେ ଦେଖାଦେଇଥିବା ରକ୍ତ ସଙ୍କଟ ଦୂରୀକରଣ କରାଯିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ସର୍ବୋକୃଷ୍ଟ ମାଧ୍ୟମ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ନୂଆଗାଁ ବ୍ଲକ୍ ରୁ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ କିପରି ପ୍ଲାଜମା ଦାନ କରିବେ ସେଥିନେଇ ସୁସ୍ଥ ହୋଇଥିବା ଲୋକଙ୍କ ସହ
ଆଲୋଚନା କରିଥିବା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା,ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍,ବିଜେଡ଼ି ସଭାପତି ସନାତନ ସାମଲ,ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ଯୁବ ସଂଗଠକ ସଞ୍ଜୀବ କୁମାର ସାହୁ, ଜିତେନ୍ଦ୍ର ସାହୁ,ଯୁଗଳ କିଶୋର ସାହୁ,ସ୍ଥାନୀୟ ସରପଞ୍ଚ ଗଜେନ୍ଦ୍ର ନାଥ ପ୍ରଧାନ ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ସୁବ୍ରତ ମିଶ୍ର,ଗୋଲଖ ଗୋଚ୍ଛାୟତ ପ୍ରମୁଖ ଯୋଗଦେଇଥିଲେ । ମହିପୁର ସି ଏଚ୍ ସି ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଓ କର୍ମଚାରୀଙ୍କ ସାହାଯ୍ୟରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିର ରେ ମହିଳା ମାନେ ରକ୍ତ ଦାନ କରିଥିବା ଦେଖିବାକୁ ମିଳିଥିଲା । ବିଧାୟକ ଶ୍ରୀ ବେହେରା ଙ୍କ ଏଭଳି କାର୍ଯ୍ୟ କୁ କୋଣ ଅନୁକୋଣରେ ପ୍ରଶଂସା କରାଯାଇଛି । (ସୁବ୍ରତ ପରିଡ଼ା ଙ୍କ ରିପୋର୍ଟ)