ଓଡିଶା ତାଜା ନ୍ୟୁଜ୍ ( ୦୪ ଅଗଷ୍ଟ ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନ ଏନ୍ ଏ ସି ରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସଂଘରୋଧ କେନ୍ଦ୍ରରୁ,୨ ଜଣ ଏସ୍ ସି ବି ହସ୍ପିଟାଲରୁ ଏବଂ ଅନ୍ୟ ୨୭ ଜଣ ପୂର୍ବରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କଣ୍ଟ୍ରାକ୍ଟ ଟ୍ରେସିଂଙ୍ଗ୍ ରୁ ଚିହ୍ନଟ ହୋଇଛନ୍ତି । ସେହିପରି କଙ୍କଡ଼ାହାଡ଼ ବ୍ଲକର କଙ୍କଡ଼ାହାଡ଼ ଗ୍ରାମରୁ ୭ ଜଣ, ଭୁବନ ବ୍ଲକ ଦିଘି,ଏକତାଳି,ମଠକରଗୋଳା ସଂଗରୋଧ କେନ୍ଦ୍ରରୁ ଜଣେ ଲେଖାଏଁ ଏବଂ ଜିରାଳରୁ ମଧ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କାମାକ୍ଷାନଗର NAC ରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ତିନି ଜଣ ବାହାର ରାଜ୍ୟରୁ ଆସି ହୋମ୍ କ୍ଵାରେଣ୍ଟାଇନରେ ଥିଲେ ।
ସେହିପରି ଗନ୍ଦିଆ ବ୍ଲକ ମନ୍ଦାରରୁ ୨ ଜଣ,ଖଣ୍ଡବନ୍ଧରୁ ୨ ଜଣ,ନିହଲପ୍ରସାଦରୁ ଜଣେ ଏବଂ ଆପୋଲୋ ହସ୍ପିଟାଲ ରେ ଦୀର୍ଘ ଆଠ ମାସ ଧରି କାର୍ଯ୍ୟ କରୁଥିବା ସଦର ବ୍ଲକ ନରଣପୁର ଗ୍ରାମର ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୫ ଜଣ, ହୋମ୍ କ୍ଵାରେଣ୍ଟାଇନରୁ ୩୮ଜଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ବାରା ୫ ଜଣ ଏବଂ ଅନ୍ୟ ହସ୍ପିଟାଲରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇ ସେମାନେ ରହୁଥିବା ଗୃହ,ସଂଗରୋଧ କେନ୍ଦ୍ର ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ଜିଲ୍ଲାରେ ଆଉ ୨୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ୪୧୮କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୮୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଏବଂ ଅବଶିଷ୍ଟ ୨୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । (ରିପୋର୍ଟ -ଅମର ରଞ୍ଜନ ଦାସ)