No Result
View All Result
୧୨ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା/ଗୋପ :-> ନିମାପଡ଼ା ନିର୍ବାଚନ ମଣ୍ଡଳୀର ଗୋପ ବ୍ଲକ୍ ରେ ବିଜେପି ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡ଼ି ଓ କଂଗ୍ରେସ ରୁ ପ୍ରାୟ ଶତାଧିକ କର୍ମୀ ଦଳ ତ୍ୟାଗ କରି ବିଜେପି ର ଜନ ନାୟକ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ନୀତିରେ ଅନୁପ୍ରାଣିତ ହୋଇ ଓ ବିଭିନ୍ନ ଜନ କଲ୍ୟାଣ ଯୋଜନାର

ଖୁସି ହୋଇ ବିଜେପି ରେ ନିମାପଡ଼ା ବିଧାୟିକା ପ୍ରାର୍ଥୀନୀ ଶ୍ରୀ ମତୀ ପ୍ରଭାତୀ ପରିଡ଼ା ଙ୍କ ନେତୃତ୍ବରେ ଦଳୀୟ ଉତ୍ତରୀୟ ପରିଧାନ କରି ମିଶିଥିଲେ । ଏହି ମିଶ୍ରଣ ପର୍ବ ଚାଲିଥିବା ବେଳେ ହଠାତ୍ ମଞ୍ଚଟି ଭାଙ୍ଗି ଯାଇଥିଲା । ଏଥିରେ କାହାରି କିଛି କ୍ଷତି ହୋଇନଥିବାବେଳେ, ଆବଶ୍ୟକ ଅନୁଯାୟୀ ଅଧିକ କର୍ମୀ ମଞ୍ଚ ଉପରକୁ ଯାଇଥିବାରୁ ମଞ୍ଚ ନିଜର ଭାରସାମ୍ୟ ହରାଇ ଭାଙ୍ଗି ଯାଇଥିଲା ।

No Result
View All Result