No Result
View All Result
ଗାଁ ଗାଁ ରେ ରେ ପ୍ରକମ୍ପିତ ହେଲାଣି ରମେଶ ଙ୍କ ଶଙ୍ଖ ଧ୍ଵନି
ଲୋକମାନଙ୍କ ସାଥିରେ ଥିଲି ,ଅଛି, ରହିଥିବି ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ସେବା ବିକାଶ ପାଇଁ ମୁଁ ସଙ୍କଳ୍ପ ବଦ୍ଧ ବୋଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା କହିଛନ୍ତି ।

୧୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> କନ୍ଧମାଳ ସଂସଦୀୟ କ୍ଷେତ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଆରମ୍ଭ କରିଦେଇଛନ୍ତି ମାରାଥନ ପ୍ରଚାର।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ,କୋରଡ଼ା, ଉଦୟପୁର ପଞ୍ଚାୟତ ର ଗ୍ରାମ କୁ ଗ୍ରାମ ଏପରିକି ଘର ଘର ବୁଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ନିର୍ବାଚନ ପ୍ରଚାର କରିବା ସହ ଡବଲ ଶଙ୍ଖ ରେ ଭୋଟ ଦେବାପାଇଁ ଲୋକମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି।ତତ୍ ସହିତ ଜନ କଲ୍ୟାଣ କାରୀ ବିଜେଡ଼ି ଇସ୍ତାହାର ସମ୍ପର୍କରେ ଲୋକମାନଙ୍କୁ ଜଣାଇଛନ୍ତି । ଲୋକମାନଙ୍କ ସାଥିରେ ଥିଲି ,ଅଛି, ରହିଥିବି ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ସେବା,

ବିକାଶ ପାଇଁ ମୁଁ ସଙ୍କଳ୍ପ ବଦ୍ଧ ବୋଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା କହିଛନ୍ତି । ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ପଞ୍ଚାୟତ ବାସୀ ଙ୍କ ଅକୁଣ୍ଠ ସମର୍ଥନ ଓ ମୋ ପ୍ରତି ଥିବା ପ୍ରଚୁର ଭଲପାଇବା ଆଗରେ ମୁଁ ଚିର ଋଣୀ ବୋଲି କହିଛନ୍ତି।ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଙ୍କ ଏଭଳି ମାରାଥନ ପ୍ରଚାର ରେ ସାମିଲ ହୋଇଥିଲେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଜିଲ୍ଲା ପରିଷଦ ସଭ୍ୟା,

ବିଜେଡ଼ି ଦକ୍ଷ ସଂଗଠକ ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ବିଜେଡ଼ି ର ଦକ୍ଷ ନେତା ସଞ୍ଜୟ କୁମାର ସାହୁ,ଗୋଲଖ ବିହାରୀ ଗୋଚ୍ଛାୟତ,ସୁବ୍ରତ ମିଶ୍ର ଙ୍କ ସହିତ ସରପଞ୍ଚ,ସମିତି ସଭ୍ୟ,ସଭ୍ୟା ଏବଂ ବିଜୁ ଜନତା ଦଳର କର୍ମୀ।ରମେଶ ଙ୍କ ଏଭଳି ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହେଲାଣି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ।

No Result
View All Result