No Result
View All Result
୧୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ତ୍ରୟ ମାସିକ ଶିଶୁ ପତ୍ରିକା କୃପାନେତ୍ର ପରିବାର ଓ ଶ୍ରୀ ଅନନ୍ତ ମେମୋରିଆଲ ଟ୍ରଷ୍ଟର ମିଳିତ ସହଯୋଗରେ ଶ୍ରୀ ଜୟଦେବଙ୍କ ଜନ୍ମ ଜୟନ୍ତୀ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଜୟ ଦେବଙ୍କ ପୀଠ କେନ୍ଦୁବିଲ୍ ଠାରେ ଏକ ରାଜ୍ୟସ୍ତରୀୟ କବିତା ପାଠଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ରାଧାକାନ୍ତ ମହାନ୍ତିଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ରକ୍ଷକ ନାୟକ ମୁଖ୍ୟ ଅତିଥି, ଏବଂ ସମାଜ ସେବୀ ତରୁଣ କାନ୍ତ ଛୋଟରାୟ,

ରମେଶ ଚନ୍ଦ୍ର ସାହୁ, ଶ୍ରୀ ଅନନ୍ତ ମେମୋରିଆଲ ଟ୍ରଷ୍ଟର ଅଧକ୍ଷ ଭାବଗ୍ରାହି ଗୋଚ୍ଛାୟତ, ପଣ୍ତିତ ହରିହର ମହାପାତ୍ର, ସମେତ ପ୍ରାଚୀ ଗବେଷକ ହଂସନାଥ ସାହୁ, କୃପାନେତ୍ରର ସଂପାଦକ ରବୀନ୍ଦ୍ର ନାଥ ପାତ୍ର, ବନ୍ଦେ ଉତ୍କଳ ମହାସଂଘର ସଭାପତି ବିଜୟ କୁମାର ମିଶ୍ର, ରବୀନ୍ଦ୍ର ନାଥ ସ୍ବାଇଁ, କୃପାନେତ୍ରର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ କ୍ରୀଡା ସାମ୍ବାଦିକ ସୁରେଶ ସ୍ବାଇଁ , ସୁଧୀର ମହୁଡମଣି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୟଦେବଙ୍କ ଗୀତଗୋବିନ୍ଦର କଥା ଅମୃତ ଏବଂ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।

ଉତ୍ସଵର ମଞ୍ଚ ସଂଯୋଜନା କରିଥିଲେ ଅବଦୁଲ ବାରୀ ଏବଂ ସୁଜାତା ଦାଶ। ଏହି ଉତ୍ସବ ଉପଲକ୍ଷେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ସମ୍ବଲପୁରୀ, ଓଡ଼ିଶୀ,ପାଇକ ଆଖଡ଼ା ପ୍ରଭୁତି ନୃତ୍ୟ ,ସଂଗୀତ ଗାୟନ କରାଯାଇଥିଲା । ଆଉ ମଧ୍ୟ ଅନୁଷ୍ଠାନ ପକ୍ଷରୁ କବି, ଲେଖକ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତିର ମିଳିତ ଭାବେ ଗଠିତ ତ୍ରୟ ମାସିକ ଶିଶୁ ଓ କିଶୋର ପତ୍ରିକା କୃପାନେତ୍ର ପରିବାର ପକ୍ଷରୁ ପ୍ରତି ବର୍ଷ ଏହି ଉତ୍ସବ ଅନୁଷ୍ଠିତ ହୋଇ ଆସୁଅଛି ।

No Result
View All Result