No Result
View All Result
୧୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ବିଶ୍ବ ବନ୍ଦିତା, ଚିର ନମସ୍ୟ ଭକ୍ତ କବି ଜୟଦେବଙ୍କ ନିଶୃତ ଗୀତି ବାକ୍ୟ ଗୀତ ଗୋବିନ୍ଦର ରଚୟତା ତାଙ୍କର ଅନବଦ୍ୟ ସୃଷ୍ଟି ,ଉତ୍କଳର ସନ୍ଥ , ସାହିତ୍ୟ ସାଧକ ଓ କବି ମାନଙ୍କ ମଧ୍ୟରେ ଚିର ନମସ୍ୟ ଭକ୍ତକବି ଜୟଦେବ। ସେ ଉତ୍କଳ କାହିଁକି ସାରା ଭାରତ ତଥା ପୃଥିବୀର ସେ ବିଶ୍ବବନ୍ଦିତ କବି। ତାଙ୍କ ଲେଖନୀ ନିଃସୃତ ଗୀତି କାବ୍ୟ ଗୀତଗୋବିନ୍ଦ ସଂସ୍କୃତ ଭାଷାରେ ଏକ ଅନବଦ୍ୟ ସୃଷ୍ଟି। ପବିତ୍ର ଅକ୍ଷୟ ତୃତୀୟା ଓ ଜୟଦେବଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜୟଦେବଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଯାଇଛି।
ଅଭିନେତା ସମିର ତ୍ରିପାଠୀ, ସଂଗୀତଜ୍ଞ ମନୋଜ ମିଶ୍ର, ପ୍ରାଚୀ ଗବେଷକ ହଂସନାଥ ସାହୁ, ଶିଶୁ ସାହିତ୍ୟିକା ତନୟା ଦାସ୍ ଗୋସ୍ଵାମୀ, କବି ଭଗବାନ ସାହୁ, କବି ଅଭିମନ୍ୟୁ ନାଯକ,ସଞ୍ଚୟ ମାହାପାତ୍ର, କବି ଜଗନ୍ନାଥ ପାଢ଼ୀ , କବି ମନିଷା ମଞ୍ଜରୀ ସାହୁ , ସୁଧାକର ଜେନା, ଜ୍ୟୋସ୍ନା ନାୟକ , ପ୍ରତିଭା ନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଏହି ଚଳଚ୍ଚିତ୍ରର ସମସ୍ତ ଦାୟିତ୍ବ ଅନ୍ତର୍ଜାତୀୟ ସମ୍ମାନ ପ୍ରାପ୍ତ ଶେଖ୍ ଗୁଲଜାର୍ ହୁସେନ୍ ତୁଲାଉଥିବା ବେଳେ ଏଥିରେ ସମ୍ପୂର୍ଣ ସହଯୋଗ କରୁଛନ୍ତି ଭାବଗ୍ରାହୀ ଗୋଛାୟତ ଓ ବିଜୟ ମେହେର। ଏହି ଚଳ ଚିତ୍ରଟି ସମଗ୍ର ଦେଶରେ ଆଦରଣୀୟ ହୋଇ ପାରିବ ବୋଲି ଆଶା କରାଯାଉଛି ।

No Result
View All Result