No Result
View All Result
୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୟାଳିଶମୌଜା :-> କଟକ ସଦର ୪୨ ମୌଜା ଥାନା ଅନ୍ତର୍ଗତ ୬ ଟି ପଞ୍ଚାୟତର ଗ୍ରାମୀଣ ଦେବାଦେବୀ ପୀଠ ଗୁଡ଼ିକ ଉନ୍ନତିକରଣ ପାଇଁ ସରକାରୀ ଯୋଜନାରେ ପ୍ରତି ପଞ୍ଚାୟତକୁ ଏକ କୋଟି ଆର୍ଥିକ ଅନୁଦାନ ମିଳିଥିଲା। ଏହି ଯୋଜନାରେ କେତେକ ଖଳ ପ୍ରକୃତିର ଠିକାଦାର ଗୋଷ୍ଟି ସରକାରୀ ନିୟମ ଉଲଙ୍ଘନ କରି ମଠ ମନ୍ଦିର ନାମରେ ଦୂରରେ ଥିବା ସ୍ଥିତିବାନ ଜମି ପଟ୍ଟା ଦେଇ ଗୋଚରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି କାର୍ଯ୍ୟଗୁଡ଼ିକର ସ୍ଥାୟୀତ୍ବ ଓ ଭବିଷ୍ୟତ ନେଇ ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଫେବୃୟାରୀ ମାସ ୨୯ ତାରିଖରେ ସୂଚନା ଅଧିକାର ଆଇନ ବଳରେ ୫ ଟି ପ୍ରକଳ୍ପର ସମସ୍ତ ତଥ୍ୟ ପାଇଁ ଆବେଦନ କରିଥିଲେ ।

କିନ୍ତୁ ଆଜିକୁ ଦୀର୍ଘ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ସୂଚନା ପ୍ରଦାନ କରିପାରି ନାହାଁନ୍ତି। ବାରମ୍ବାର ଏହି ବିଷୟରେ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ସୂଚନା ନ ଦେବା ପାଇଁ ବିଭିନ୍ନ ପ୍ରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକ ଦୃତ ଗତିରେ ନିର୍ମାଣ ଚାଲିଛି। ଏହି ପ୍ରକଳ୍ପ ଗୁଡ଼ିକର ଭବିଷ୍ୟତ ଓ ସ୍ଥାୟୀତ୍ବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ କାର୍ଯ୍ୟଗୁଡ଼ିକ ଯାଞ୍ଚ କରିବା ପାଇଁ ୪୨ ମୌଜାବାସୀ ଦାବୀ କରିଛନ୍ତି।

No Result
View All Result