No Result
View All Result
୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଏବଂ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି । ନୟାଗଡ଼ ବିଧାୟକ ମଞ୍ଚ ଉପରୁ ସିଧା ସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ପ୍ରେଟୋଲ ଓ ଡିଜେଲ୍ ଦରବୃଦ୍ଧି, ଉଜ୍ୱଳା ଗ୍ୟାସ ଯୋଜନା, ଦରଦାମ ବୃଦ୍ଧିକୁ ନେଇ ବିଜେପିର ଅସଲ ମୁଖା ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରନ୍ତି ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଡ. ସାହୁ ।
ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଯୋଡ଼ି ଶଙ୍ଖରେ ମତଦାନ କରିବାକୁ ଆହ୍ୱାନ ଦେଇଛନ୍ତି । ମିଛ କହୁଥିବା ଲୋକଙ୍କୁ ବିଶ୍ୱାସକୁ ନିଅନ୍ତୁ ନାହିଁ ବୋଲି କହିଛନ୍ତି । ଅପରାହ୍ନରେ ନୟାଗଡ଼ ବ୍ଲକର ନାଟୁଗାଁ, ଚମ୍ପତ୍ତିପୁର, ଗଦାଧରପ୍ରସାଦ, ଶରଧାପୁର, ବାଲୁଗାଁ, ଲକ୍ଷ୍ମୀପ୍ରସାଦ, ଚଣ୍ଡିବସ୍ତ, ମୁଥାଗାଡ଼ିଆ, ଭାଟସାହି, ଅଭିମାନପୁର ପ୍ରଭୂତି ସ୍ଥାନରେ ପ୍ରଚାର ସଭା ଅନୁଷ୍ଠିତ ହୋଇଛି । ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଏହି ସଭାରେ ଉପସ୍ଥିତ ରହି ବିଜୁ ଜନତା ଦଳକୁ ଆର୍ଶିବାଦ ପ୍ରଦାନ କରିବାକୁ ମତ ଦେଇଛନ୍ତି ।
ଏହି ପ୍ରଚାରରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଏବଂ ସମିତିସଭ୍ୟମାନେ ସାମିଲ ହୋଇଥିଲେ । ସେହିଭଳି ଭାବେ ପୂର୍ବାହ୍ନରେ ଓଡ଼ଗାଁ ବ୍ଲକର ଉଦୟପୁର, ନାଉରିଆଗଡ଼ା, ଟାଙ୍ଗିସାହି, ନାଠିଆପଲ୍ଲୀ, ତୋଟାପଲ୍ଲୀ, ଧଝୋଲା, ଖଙ୍ଗାରପଲ୍ଲୀ, ସାତପାଟିଆ ଗ୍ରାମରେ ଗ୍ରୀନ୍ କ୍ୟାମ୍ପେନ୍ ଅନୁଷ୍ଠିତ ହୋଇଛି । ବିଧାୟକଙ୍କ ସହ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଓ ସମିତିସଭ୍ୟ ସାମିଲ ହୋଇଥିଲେ ।
No Result
View All Result