No Result
View All Result
୧୦ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> ଛତିଶଗଡ ମୁଖ୍ୟ ମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀରେ ଏକ ନିର୍ବାଚନ ପ୍ରଚାରରେ ଯୋଗଦେଇ ସାଂସଦ ପ୍ରାର୍ଥୀ କାଲିରାମ ମାଝୀଙ୍କ ସମେତ ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକାଙ୍କ ପାଇଁ ପ୍ରଚାର କରି ଫେରିଛନ୍ତି । ସ୍ଥାନୀୟ ବିଏସଏଫ ପଡିଆରେ ଓହ୍ଲାଇ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇଥିଲେ । ଶ୍ରୀ ସାଏ ପୁର୍ବ କଂଗ୍ରେସ ସରକାର ବିରୋଧରେ କହିବା ସହିତ ଓଡିଶା ସରକାରଙ୍କ ବିରୋଧରେ କହିଥିଲେ । ସେ କହିଥିଲେ ଆମ ରାଜ୍ୟରେ ଚାଷୀ ମାନଙ୍କ ଠାରୁ ଆମେ ୩୧ ଶହ ଟଙ୍କା ଲେଖରେ ଧାନ କିଣୁଥିବା ବେଳେ ୨୫ ବର୍ଷର ସରକାର ଚାଷୀ ମାନଙ୍କ କଥା ଶୁଣୁ ନାହାଁନ୍ତି ।
ଏଠାରେ କୁଇଣ୍ଟାଲ ୨୧ ଶହ ଲେଖାରେ ଧାନ କିଣା ଯାଉଛି । ଦେଶର ଊନ୍ନିତ ତଥା ରାଜ୍ୟର ଊନ୍ନିତ ପାଇଁ ଆପଣମାନେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଭାବେ ଦୁଇଟି ପଦ୍ମ ଫୁଲ ଚିହ୍ନରେ ମୋହର ମାରି ଜିତାଇବାକୁ ସେ ନିବେଦନ କରିଥିଲେ । ସେହିପରି ଓଡ଼ିଶାରେ ପ୍ରଚୁ ପରିମାଣରେ ଖଣିଜ ସମ୍ପଦ ସହିତ ଜଙ୍ଗଲ ସମ୍ପଦ ଓ ଉର୍ବର ଚାଷଜମି ରହିଛି । କିନ୍ତୁ ଗୋଟିଏ ସରକାର ୨୫ ବର୍ଷ କାଳ ରହିଥିଲେ ମଧ୍ୟ ଓଡ଼ିଶାର ଯେଭଳି ବିକାଶ ହେବା କଥା ତାହା ହୋଇନାହିଁ ବୋଲି କହିଥିଲେ। ଏଥିସହିତ ନରେନ୍ଦ୍ର ମୋଦୀ କେନ୍ଦ୍ରରେ ଦୁଇଥର ପ୍ରଧାନମନ୍ତ୍ରୀ ହୋଇ ଦେଶର ବିକାଶ କରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଜନହିତକର ଯୋଜନା କରିଛନ୍ତି । ଆପଣ ମାନେ ତୃତୀୟ ଥର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ସହିତ ରାଜ୍ୟରେ ବିଜେପି ସରକାର ପାଇଁ ବିଧାୟକ ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଜିତାଇବା ପାଇଁ ସେ କହିଥିଲେ ।
ତାଙ୍କ ସହିତ ଛତିଶଗଡ ଜଙ୍ଗଲ ମନ୍ତ୍ରୀ କେଦାର କଶ୍ୟପ ଙ୍କ ସହିତ ବିଧାୟକ ପୁରନ୍ଦର ମିଶ୍ର ମଧ୍ଯ ଆସିଥିଲେ । ବିଧାୟକ ମିଶ୍ର ମୁଖ୍ୟ ମନ୍ତ୍ରୀଙ୍କୁ ବିଦ୍ରୁପ କରି ବିଭିନ୍ନ ମନ୍ତବ୍ୟ ଦେଇଥିବା ବେଳେ ଜଙ୍ଗଲ ମନ୍ତ୍ରୀ ଶ୍ରୀ କଶ୍ୟପ ମଧ୍ୟ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିକହିବା ସହିତ ବିଜେପି ର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ କହିଥିଲେ । ଏଠାରେ କୋରାପୁଟ ଜିଲାର ବିଭିନ୍ନ କର୍ମକର୍ତ୍ତାଙ୍କ ସହିତ ବ୍ଲକ ସ୍ତରୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ଆଇଆରବିଏନ ଯବାନଙ୍କ ସହିତ ଓଡିଶା ପୁଲିସ କୁ ମୂତୟନ କରାଯାଇଥିଲା । ଏସଡିପିଓ ବିରଞ୍ଚିନାରାୟଣ ଜଗତ ଙ୍କ ସହିତ ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ । କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯେଉଁ ଭଳି ଜନ ସମାଙ୍ଗମ ହେବା କଥା ତାହା ଦେଖାଇବାକୁ ମିଳିନଥିଲା । ସଭା ଶେଷ ପରେ ମେଘୁଆ ପାଗ ପାଇଁ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଏଠାରେ ରହିବା ସହିତ ସାଢ଼େ ୪ ରେ ତାଙ୍କ ହେଲିକପ୍ଟର ଉଡାଣ କରିଥିଲା
No Result
View All Result