୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୁରୀ ଜିଲ୍ଲାରେ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା, ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି।ଭାରତର ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କାର୍ଯ୍ୟକ୍ରମ ର ଅନୁଧ୍ୟାନ ପାଇଁ ଜିଲ୍ଲା କୁ ଆସିଥିବା ପର୍ଯ୍ୟବେକ୍ଷକ ମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।ଆଜି ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ କେନ୍ଦ୍ରୀୟ ବିଦ୍ୟାଳୟ ଓ ସଂସ୍କୃତ ବିଶ୍ୱବିଦ୍ୟାଳୟ ରେ ହୋଇ ଥିବା ଇଭିଏମ ଷ୍ଟ୍ରଙ୍ଗ ରୁମ କୁ ଅନୁଧ୍ୟାନ କରିଥିଲେ । ସେହିପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନପାଲ ସିଂ ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍ତରା ଚେକପୋଷ୍ଟ ରେ ପହଞ୍ଚି ଦାୟିତ୍ୱ ରେ ଥିବା କର୍ମଚାରୀ ମାନଙ୍କ
ସହ ଆଲୋଚନା କରିଥିଲେ । ପରେ ପିପିଲି ଥାନା ଓ ପିପିଲି ବ୍ଲକ ପରିଦର୍ଶନ କରିଥିଲେ।ବ୍ଲକ ରେ ବିଡିଓ, ତହସିଲଦାର, ଏନ ଏ ସି ନିର୍ବାହୀ ଅଧିକାରୀ,ଥାନା ଅଧିକାରୀ ଓ ନିର୍ବାଚନ ଧରପଗଡ଼ ରେ ସାମିଲ ଥିବା ବିବିଧ ଟିମ ମାନଙ୍କ ସହ ଆଲୋଚନା କରିଥିଲେ ।