୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଲୋକଙ୍କୁ ସଚେତନ କରୁଛି ପୋଲିସ। ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଏବଂ ସଚେତନତା । ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଧିକାରୀ ନଳିନୀ କୁମାରୀ କହଁର ଏବଂ ଖଜୁରୀପଦା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଜାଗାରାଙ୍ଗାଙ୍କ ନେତୃତ୍ଵରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଫ୍ଲାଗ ମାର୍ଚ୍ଚ ଏବଂ ସଚେତନତା କାର୍ଯ୍ୟକ୍ରମ ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଖଜୁରୀପଦା ବଜାର ଦେଇ ଭ୍ରମରପୁର ଗ୍ରାମ ହୋଇ ନୂଆଗଡ଼ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା । ଚଳିତ ମାସ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ହେବାର ରହିଅଛି ।ତେଣୁ ଶାନ୍ତି ଶୃଙ୍ଖଳା ସହିତ ମତ ଦେବା ଏବଂ ନିର୍ବାଚନକୁ ନେଇ କୌଣସି ବିଶୃଙ୍ଖଳା ନ କରିବାକୁ ଗାଁ ଗାଁ , ବଜାର ଏବଂ ଛକ ମାନଙ୍କରେ ଲୋକଙ୍କୁ ବୁଝାଇ ସଚେତନ କରାଇଥିଲେ ପୋଲିସ । ଏହି ସଚେତନ କାର୍ଯ୍ୟକ୍ରମରେ ଥାନା ଓ ଫାଣ୍ଡି ପୋଲିସ ସମେତ କେରଳ ସ୍ପେଶଲ୍ ଅପ୍ରେଶନ ଗ୍ରୁପ(ଏସଓଜି) ଦୁଇ ପ୍ଲାଟୁନ ସାମିଲ ଥିଲେ ।