No Result
View All Result
୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ୪୫ ଡିଗ୍ରୀ ଝମ୍ ଝମ୍ ଖରାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଟକମକ ହେଉଥିବା ବେଳେ, ଦଶପଲ୍ଲା ପଶ୍ଚିମାଞ୍ଚଳରେ ଦେଖିବାକୁ ମିଳୁନି ନିର୍ବାଚନୀ ତାତି । ସତେ ଯେମିତି ସମସ୍ତ ରାଜନୈତିକ ଦଳର କର୍ମୀମାନେ କୋମା ଅବସ୍ଥାକୁ ଚାଲିଯାଇଛନ୍ତି । ନା ଛକ ବଜାରରେ ଦେଖିବାକୁ ମିଳୁଛି ମାଳ ମାଳ ପୋଷ୍ଟର ବ୍ୟାନର,ନା ଚା ଖଟିରେ ହେଉଛି ରାଜନୈତିକ ଆଲୋଚନା, ପର୍ଯ୍ୟାଲୋଚନା । ସବୁକିଛି ଶାନ୍ତ ଓ ନୀରବ । ନାମାକଂନପତ୍ର ଦାଖଲ କରି ନିର୍ବାଚନ ରଣାଗଂନରେ ଅବତୀର୍ଣ୍ଣ ହୋଇଥିବା ରାଜନୈତିକ ବାହୁବଳୀ ଯୋଦ୍ଧା ମାନେ ମଧ୍ୟ ନିର୍ବାଚନୀ କ୍ଷେତ୍ର ପ୍ରସ୍ତୁତି ରେ ସେତେଟା ଆଗ୍ରହ ଦେଖାଉଥିବା ଭଳି ମନେ ହେଉନାହିଁ । ଏ ପଟେ ପଂଚାୟତ ସ୍ତରୀୟ ରାଜନୈତିକ ବ୍ୟକ୍ତିବିଶେଷ ମାନେ ହାଇ କମାଣ୍ଡକଂ ଇସାରା ଅପେକ୍ଷାରେ ରହିଛନ୍ତି ।
ତେବେ ବହୁ ନିର୍ବାଚନ କୁ ଅତି ପାଖରୁ ଦେଖିଥିବା ବରିଷ୍ଠ ନାଗରିକ ଓ ପୁରୁଖା ରାଜନୈତିକ ବ୍ୟକ୍ତି ବିଶେଷ କହୁଛନ୍ତି ଯେ , ପ୍ରମୂଖ ରାଜନୈତିକ ଦଳ ମଧ୍ୟରେ ଭିତିରି ବୁଝାବଣା ଯୋଗୁଁ ,ଏଥର ନିର୍ବାଚନୀ ମାହୋଲ୍ ସେତେଟା ଚମକଦାର ହୋଇ ନ ପାରେ । ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଓ ଲୋକାଭିମୁଖୀ ଯୋଜନା କୁ ପାଥେୟ କରି ବିଜେଡି ନିର୍ବାଚନୀ ବୈତରଣୀ ପାର ହେବାକୁ ଦମ୍ଭୋକ୍ତି ଦେଖାଉଥିବାବେଳେ, ମୋଦି ଜୀ କଂର ସଫଳତାର ବାର୍ତ୍ତା ସବକା ସାଥ , ସବକା ବିକାଶ ର ନାରାଦେଇ ବିଜେପି ତାର ପ୍ରଚାର ଜାରି ରଖିଛି । ସାଧାରଣ ନିର୍ବାଚନ କୁ ଆଉମାତ୍ର ଦେଢ ସପ୍ତାହ ବାକି ରହିଥିବାବେଳେ ରାଜନୈତିକ ସ୍ଥାଣୁତା ,କର୍ମୀଙ୍କ କୋମା ଅବସ୍ଥା ସାଧାରଣ ରେ କୁହେଳିକା ସୃଷ୍ଟି କରିଛି ।
No Result
View All Result