No Result
View All Result
୦୯ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ବ୍ଲକର ବିଭିନ୍ନ ଗାଁ ଗାଁ ଯାଇ ଘରେ ଘରେ ପହଞ୍ଚି ଲୋକଙ୍କୁ ଭୋଟ ବିକ୍ଷା କରିଥିଲେ। ଶତାଧିକ ସମର୍ଥକଙ୍କ ସହିତ ନୂଆଗଡ଼ ବ୍ଲକର ବଡ଼ପଦା, ଖଜୁରୀପଦା,ନୂଆଗଡ଼,ପି.ଅନ୍ତରଡା, ପାଲେରି, ଲୁହାସିଂ, ପରିମଳ, ଉଦୟପୁର,ଉଦୟଗୁଡା, ପୁସ୍ପାଙ୍ଗ, ସମ୍ବଲପୁର, ଅନୁଗୁର, କିରାମା,ସୁନ୍ଦରଡାଙ୍ଗ ପ୍ରଭୃତି ଗ୍ରାମକୁ ଭୋଟ ବିକ୍ଷା ପାଇଁ ପହଞ୍ଚିଥିଲେ। ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ,ମୋହନା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ପ୍ରୁଥିରାଜାସାହୁ, ବ୍ଲକ ସଭାପତି ଯୋହନ ମାଝୀ, ସାଂସଦ ପ୍ରତିନିଧି ରିଙ୍କୁ ପାଣି, ବିଭିନ୍ନ ପଞ୍ଚାୟତ ବିଜେଡିର ବିଭିନ୍ନ ବର୍ଗର ପଦାଧିକାରୀ ଗଣ, ବହୁ ସଂଖ୍ୟକ ବିଜେଡ଼ି କର୍ମୀ ମାନେ ଏଥିରେ ସାମିଲ ହୋଇଥିଲେ ।ବିଭିନ୍ନ ଗ୍ରାମ ମାନଙ୍କରେ ଉତ୍ସାହ ଏବଂ ଆଗ୍ରହ ସହିତ ମହିଳା ପୁରୁଷ ମାନେ ପାର୍ଥି ଏବଂ ବିଜେଡି ନେତା ମାନଙ୍କୁ ପୁଷ୍ପମାଲ୍ୟ ଏବଂ ବନ୍ଦାପନା କରି ବାଜା ବଜାଇ ଗାଁ ର ସାହି ସାହି ବୁଲାଇ ଥିଲେ। ଏଥିସହ ସ୍ବାଗତ ସଭା ମାନ ଅନୁଷ୍ଠିତ କରି ସ୍ବାଗତ ସମ୍ବର୍ଥାନ ଜଣାଇ ଥିଲେ। ସେଠାରେ ଯୋଡ଼ି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟର ମାନଙ୍କୁ ଅନୁରୋଧ କରିଥିଲେ ପ୍ରାର୍ଥୀ। କିରାମା ଏବଂ ପୁଷ୍ପାଙ୍ଗ ଗ୍ରାମରେ ମିଶ୍ରଣ ସଭା ଅନୁଷ୍ଠିତ କରାଯାଇଥିଲା। ସେଥିରେ ଶତାଧିକ କଂଗ୍ରେସ କର୍ମୀ ଦଳ ବିଜେଡ଼ିର ସାମିଲ ହୋଇଥିଲେ।
No Result
View All Result