ଓଡିଶା ତାଜା ନ୍ୟୁଜ୍ (୦୩ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ମୁଁ ଆଉ କା କଥା କହୁନି, କହୁଚି ତିନି ତିନିଟି ବିଭାଗର ଦାୟିତ୍ୱ ବୁଝୁଥିବା ଦାୟିତ୍ୱ ସମ୍ପର୍ଣ୍ଣ ମନ୍ତ୍ରୀ ଅରୁଣଙ୍କ କଥା । ରୂପରେ ଯେମିତି ସୁନ୍ଦର କାମରେ କରି ଦେଖାଇବାରେ ସେମିତି ଧୁରନ୍ଧର । ଜାଲ ଫିସାଦର ଧାର ଧାରୁ ନଥିବା ସାମୁହିକ ବିକାଶରେ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଅରୁଣ ଜଣେ ସାମାଜିକ ଚଳଣି, ରୀତିନୀତି, ପ୍ରଥା, ପରମ୍ପରାକୁ ସମ୍ମାନ ଦେଇ ଏକ ସ୍ବର୍ଣ୍ଣାଭ ଜାତିର ସୁବର୍ଣ୍ଣମୟ ଦାୟାଦ ଭାବେ ସମଗ୍ର ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ନିଜର ସକାରାତ୍ମକ କାର୍ଯ୍ୟ ଶୈଳୀ ମାଧମରେ ପ୍ରତିଷ୍ଠା କରି ପାରିଛନ୍ତି ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ ।
ଜୀବନରେ କର୍ତ୍ତବ୍ୟ ସହ ରାଜନୀତି ମାଧ୍ୟମରେ ସମାଜସେବାକୁ ଭଗବାନ ବୋଲି ମାନୁଥିବା ମନ୍ତ୍ରୀ ଅରୁଣଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆ ଯାଏ ତାକୁ ନିଷ୍ଠାର ସହ ପାଳନ କରି ସେଥିରୁ ସଫଳତା କାଢି ତାର ଶ୍ରେୟ ନିଜେ ନନେଇ ତାର ସମସ୍ତ ଶ୍ରେୟ ସାଧାରଣ ଜନତାଙ୍କୁ ଦେବାରେ କେବେବି କାର୍ପନ୍ୟତା କରି ନାହାନ୍ତି । ତାଙ୍କର କାର୍ଯ୍ୟ କରିବାର ଶୈଳୀକୁ ଦେଖିଲେ, ଚାଲେଞ୍ଜକୁ ସମ୍ମୁଖୀନ ହେବାର ହିମତକୁ ଦେଖିଲେ ଆଉ ଯେଉଁ କାର୍ଯ୍ୟ ହାତକୁ ନିଅନ୍ତି ତାକୁ ଶେଷସ୍ପର୍ଶ ଦେବା ମନୋବୃତି ଲାଗେ ବିଶାଳତା ହିଁ ତାଙ୍କ ଜୀବନର ମାପକାଠି । ମୋ ଅନୁମାନ ଯଦି ଠିକ ହୁଏ ତାଙ୍କର ବିଶ୍ରାମହୀନ କାର୍ଯ୍ୟ ସୂଚୀରୁ ଏହା ମଧ୍ୟ ସ୍ପଷ୍ଟ ସୂଚିତ ହୁଏ ଯେ ଦିନକ 24 ଘଣ୍ଟାରୁ ଆଉ ଯଦି ବୃଦ୍ଧି ଘଟନ୍ତା ତେବେ କାର୍ଯ୍ୟରେ ଆଗେଇ ଯିବାକୁ ତାଙ୍କର ଅଣୁ ମାତ୍ର ଦ୍ଵିଧା ରୁହନ୍ତା ନାହିଁ ।
ଏକଥା ମଧ୍ୟ ପ୍ରକାଶ୍ୟରେ ସ୍ୱୀକାର ମଧ୍ୟ କରନ୍ତି । ଅଯଥା କଥାରେ ସମୟ ନକରି ସବୁବେଳେ କଣ ନା କଣ କରିବା ତାଙ୍କ ଜୀବନର ମୂଳମନ୍ତ୍ର । ଏକଥା ମଧ୍ୟ ସତ୍ୟଯେ ଉନ୍ନତିର ସୋପାନରେ ପହଞ୍ଚୁଥିବା ପ୍ରତ୍ୟେକ କାର୍ଯ୍ୟକୁ ନିଜେ ବ୍ୟକ୍ତିଗତ ସ୍ଥରରେ ଉପସ୍ଥିତ ରହି ଟିକନିଖ । ତଦାରଖ କରି ତାଭିତରୁ ସଫଳତାର ସ୍ୱାଦ ସାଧାରଣ ଜନତାକୁ ଚଖାଇବାରେ ସମଗ୍ର ଭାରତ ବର୍ଷରେ ଯେ ସେ ଅନନ୍ୟ ଅନ୍ୟତମ ନେତା ଏକଥା ମୁଁ କହୁନାହିଁ ବରଂ ତାଙ୍କ ନିଜ ଜିଲ୍ଲା ନୟାଗଡ ସମେତ ସମଗ୍ର ଓଡ଼ିଶାରେ ନିନାଦିତ । ଯେତେବେଳେ ଯାହା କରାଯିବା କଥା ଆଉ ଯାହା ଶତପ୍ରତି ଶତ ଠିକ ତାହା ଯେତେ ବାଧାବିଘନ ଆସିଲେ ମଧ୍ୟ ତାହା କରିବାରେ ନିଷ୍ଠା ରଖୁଥିବା ମନ୍ତ୍ରୀ ଅରୁଣଙ୍କ ନିକଟରେ ଆଜି ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ଯେଉଁ ଖବର ପ୍ରଚାର ହେବା ମାତ୍ରେ ନିଜ ଜିଲ୍ଲା ଠାରୁ ଆରମ୍ଭ କରି ପୁରା ଓଡ଼ିଶାରେ ଚର୍ଚ୍ଚା ହେବା ସହ ମନ୍ତ୍ରୀ ଅରୁଣ ଙ୍କୁ ପ୍ରଶଂସା ମିଳିଛି ।
ପଦ,ମର୍ଯ୍ୟାଦା, କ୍ଷମତା, ଆଦବକାଇଦା ସବୁକୁ ପଛରେ ପକେଇ ଗୋମାତାର ପୂଜାକୁ କରିବାରେ ହେଳ କରି ନାହାନ୍ତି ଅରୁଣ । ଲୋକ ଲଗାଇ ନୁହେଁ ନିଜେ ନିଜ ହାତରେ ସରକାରୀ ବାସଭବନରେ ଗୋମାତାକୁ ଗାଧୋଇ ଦେଇଥିଲେ । ଫୁଲର ମାଳ ପିନ୍ଧାଇ ଦେଇଥିଲେ । ହଳଦୀ, ସିନ୍ଦୁର ଲଗାଇ ଘାସ ଦେଇଥିଲେ ଖାଇବାକୁ । ସ୍ନେହରେ, ମମତାରେ ଆଉଁସି ଦେଉଥିଲେ ତାକୁ । କରୋନା ଭୟାବହତାକୁ ଦେଖି ନିଜେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱକୁ ସମ୍ମାନ ଜଣାଇ ଗହଳି ନକରି ବେଶ ବ୍ୟବସ୍ଥିତ ଢଙ୍ଗରେ ସମ୍ପାଦନ କରିଥିଲେ ଏହି ମାତୃ ପୂଜନ କାମକୁ । ତେବେ ତାଙ୍କର ଏହି ମହାନ କାମକୁ ଦେଖି ଭାଗବତର ଗୋଟେ ବାଣୀ ମନେ ପଡ଼ୁଥିଲା ମଣିଷ ଦେହେ ଦିବ୍ୟଜ୍ଞାନ/ଦେଖି ସନ୍ତୋଷ ଭଗବାନ ।
ଅର୍ଥାତ ମଣିଷ ପାଖରେ ଭଲ କଥା ଦେଖିଲେ ଭଗବାନ ତାର ପ୍ରଂଶସା କରନ୍ତି ଅର୍ଥାତ ଆଶୀର୍ବାଦ କରନ୍ତି । ତେଣୁ ନୟାଗଡ ନିର୍ବାଚନ ମଣ୍ଡଳୀରେ ଲୋକେ କୁହାକୁହି ହେଉଥିଲେ ନିଜର ସୁକର୍ମ ଯୋଗୁଁ ମନ୍ତ୍ରୀ ଅରୁଣଙ୍କୁ ଭଗବାନଙ୍କର ଆଶୀର୍ବାଦ ରହିଛି ଆଉ ରହିଥିବ ମଧ୍ୟ । ପବିତ୍ର ବଳଦେବ ଜନ୍ମ, ଗମ୍ହା ପୂର୍ଣ୍ଣମା ଆଉ ଗୋ ପୂଜନ ଅବସରରେ ମନ୍ତ୍ରୀ ଅରୁଣଙ୍କର ଏହି ମହାନ କାର୍ଯ୍ୟ ପାଇଁ ମହାପ୍ରଭୁ ଜଗନ୍ନାଥ ଆଉ ନୟାଗଡର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କ ନିକଟରେ ସୁଦୀର୍ଘ, ନିରାମୟ ଜୀବନ କାମନା ଓଡିଶା ତାଜା ନ୍ୟୁଜ୍ ପରିବାର ତରଫରୁ ରଖୁଛୁ । (ରିପୋର୍ଟ- ଅଭିମନ୍ୟୁ ମହାରଣା/ରାମକୃଷ୍ଣ ରଥ)