No Result
View All Result
୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଗତ ୨୦୨୩ ମସିହା ପ୍ରାରମ୍ଭରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ରାଜନୈତିକ ଊଷ୍ମତା ଢେର୍ ବଢିଯାଇଥିବାବେଳେ , ରାଜନୈତିକ ଛକାପଂଝା, ଆକଳନ ପ୍ରାକଳନ କୁ ନେଇ ରାଜନୈତିକ ମହଲ ଗରମ ରହିଥିଲା । ଏବେ କିନ୍ତୁ ସବୁକିଛି ଶାନ୍ତ ଓ ନୀରବ । ଶୁଣିବାକୁ ମିଳୁଛି ଯେ , ବିଧାୟକ ରମେଶଚନ୍ଦ୍ର ବେହେରାକଂ ଦୂରଦୃଷ୍ଟି ସମ୍ପର୍ଣ୍ଣ ରାଜନୈତିକ ପଶାପାଲିରେ, ସମସ୍ତ ପ୍ରତିଦ୍ବନ୍ଦୀ କଂ ଅକଲ ଗୁଡୁମ୍ ହୋଇଯାଇଛି । ବିଜେଡି ର ଗଡ କୁହାଯାଉଥିବା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ୨୦୦୯ ମସିହା ଠାରୁ କୈଣଷି ବିଜେଡି ପ୍ରାର୍ଥୀ ଦ୍ବିତୀୟ ଥର ପାଇଁ ଟିକେଟ୍ ପାଇନଥିବା ବେଳେ , ଏଥର କିନ୍ତୁ ରମେଶଚନ୍ଦ୍ର ବେହେରା ଦ୍ବିତୀୟ ଥର ପାଇଁ ଭରଷାର ପାତ୍ର ହୋଇପାରିଛନ୍ତି ।
ନିଜର ରାଜନୈତିକ ବୁଦ୍ଧିମତା ରେ, ସେ ସମସ୍ତ ସମାନ୍ତର ପ୍ରତିଦ୍ବନ୍ଦ୍ବି କୁଂ ନିଜ ଆଡକୁ ଆକର୍ଷିତ କରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିଜେଡି ସଂଗଠନ କୁ ପୂର୍ବାପେକ୍ଷା ଆହୁରି ସୁଦୃଢ କରିପାରିଛନ୍ତି । ତେବେ ରାଜନୈତିକ ପ୍ରେକ୍ଷା ପଟ୍ଟର ଅନ୍ୟ ପାର୍ଶ୍ଵ ରେ , ବିଜେପି ଦଳର ଅନ୍ତଃ କନ୍ଦଳ ଯୋଗୁଁ ବିଜେପି ଟିକେଟ୍ ପାଇଁ ପ୍ରାର୍ଥୀ ହୋଇଥିବା ରାଘବ ମଲ୍ଲିକ , ଏକ ପ୍ରକାର ସମର୍ଥକ ବିହିନ ହୋଇ ହାତଗଣତି କେତେକ ସମର୍ଥକ କୁଂ ନେଇ ଗଡ ଜିଣିବାକୁ ଅଣ୍ଟା ଭିଡିଛନ୍ତି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ସ୍ତିତି ହରାଇଥିବା କଂଗ୍ରେସ ଦଳ ସ୍ଥାନୀୟ ପ୍ରାର୍ଥୀ କୁଂ ଗୁରୁତ୍ବ ନ ଦେଇ , ପୋଶାପୁଅ ଗୁଂଜା ରୁଅ ନ୍ୟାୟରେ ପାର୍ଶ୍ବବର୍ତ୍ତୀ କନ୍ଧମାଳ ଜିଲ୍ଲାରୁ ନକୁଳ ନାୟକକୁଂ ଆମଦାନି କରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଠିଆ କରିଥିବା ଯୋଗୁଁ , କଂଗ୍ରେସ କର୍ମୀମାନେ ମଧ୍ୟ ହତୋତ୍ସାହିତ ହୋଇଛନ୍ତି ।
ଅନ୍ୟପଟେ ଇନ୍ଦୁମତୀ ନାୟକ, ସୁରଥ ନାୟକ,, ରବିନ୍ଦ୍ର ସେଠୀ ନାମାକଂନ ପତ୍ର ଦାଖଲ କରିଥିଲେ ମଧ୍ୟ , ସେମାନେ ସୁପ୍ତ ଅବସ୍ଥାରେ ଥିଲାଭଳି ମନେ ହେଉଛି । ଏପଟେ ଯୁବ ସାମ୍ବାଦିକ ତଥା ସ୍ବାଧୀନ ପ୍ରାର୍ଥୀ କାହ୍ନା ନାୟକ ଗାଁ ଗାଁ ଘରଘର ବୁଲି ଗରିବ ଜନସାଧାରଣଙ୍କ ଆସ୍ଥା ଭାଜନ ହେଉଥିବା ଦେଖିବାକୁ ମିଳୁଛି ।
ଖବର ଲେଖାଯିବା ଦିବସ ମଧ୍ୟରେ ପୁରୁଖା ରାଜନୈତିକ ବିଶ୍ଲେଶକ କଂ କହିବା ଅନୁସାରେ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ରମେଶଚନ୍ଦ୍ର ବେହେରାକଂ ପଲ୍ଲା ଭାରି ରହିଥିବାବେଳେ, ଅନ୍ୟ ପ୍ରତିଦ୍ବନ୍ଦୀ ମାନକଂର ସ୍ଥିତି ସେତେଟା ସୁଦୃଢ ନ ଥିବା କଥା ଅନୁମାନ କରାଯାଉଛି ।
No Result
View All Result