No Result
View All Result
୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :-> ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ କରିବା ପାଇଁ ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛି । ଏଥିପାଇଁ ଚାନ୍ଦପୁର ପୋଲିସ ପକ୍ଷରୁ କେରଣ୍ଡା ଟାଙ୍ଗୀ ଛକ ରେ ଯାନ ବାହନ ତନଖି କରାଯାଉଥିଲା । ଗାଡି ମୋଟର ତନଖି ବେଳେ ଯାତ୍ରୀ ଵାହୀ ଅଟୋ ରିକ୍ସା ରୁ ୫କେଜି ଗଞ୍ଜେଇ ଜବତ କରିଛି ଚାନ୍ଦପୁର ପୋଲିସ । ଏହି ଗଞ୍ଜେଇ କାରବାର ଅଭିଯୋଗ ରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।ଗିରଫ ଅଭିଯୁକ୍ତ ର ନାମ ରମେଶ ବେହେରା.୩୫ ବର୍ଷ. ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡା ଗ୍ରାମରେ ବୋଲି ଜଣା ପଡିଛି । ଅଭିଯୁକ୍ତ ଜଣକ ନୟାଗଡ଼ ରୁ ଚାନ୍ଦପୁରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲା । ଜବତ ଗଞ୍ଜେଇ ର ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ଜଣା ପଡିଛି । ଗଞ୍ଜେଇ ସହ ଅଟୋ ରିକ୍ସା କୁ ଜବତ କରି ତଦନ୍ତ କରୁଛି ପୋଲିସ୍ । ଆଗକୁ ଚଢ଼ାଉ ଜୋରଦାର ହେବ ବୋଲି ଚାନ୍ଦପୁର ଆଇ ଆଇ ସି ଜଗଦୀଶ ଚନ୍ଦ୍ର କର ପ୍ରକାଶ କରିଛନ୍ତି ।
No Result
View All Result