No Result
View All Result
୦୬ ଏପ୍ରିଲ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->ନିର୍ବାଚନ ସମୟରେ ପ୍ରାର୍ଥୀପତ୍ର ଶୋଭାଯାତ୍ରା ଏକ ନିଆରା ପରମ୍ପରାର ସହ ୩୦ରୁ ଊର୍ଦ୍ଧ୍ବ ଶଗଡ ଗାଡି ମଧ୍ଯରେ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରତିକ୍ରିୟା ପରିବେଶ ମଧ୍ଯରେ ଅଦମ୍ଯ ସାହାସ ଦେଖାଇ ଉମାବଲ୍ଲଭ ରଥ ଶେଷରେ କଂଗ୍ରେସ ଟିକେଟ ହାସଲ କରିଥିଲେ । ଚାଷୀ ମାନେ ସ୍ଵଇଚ୍ଛାରେ ଶଗଡ ବଳଦ ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହୋଇ ମେଡିକାଲ ଛକ ଦେଇ ଟାଉନହଲ ଠାରେ ପହଞ୍ଚିଥିଲା । ପ୍ରଦୂଷଣ ବିହୀନ ପରମ୍ପରା ଦେଖିବାକୁ ମିଳିଥିଲା ।ଶଗଡ ବଳଦ ସହ ଇ-ଅଟୋ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରାର ସମୟରେ ବରିଷ୍ଠ କଂଗ୍ରେସର କର୍ମୀମାନେ ଯୋଗ ଦେଇଥିଲେ । ତାଙ୍କର ଏହି ନିଆରା ଶୋଭାଯାତ୍ରାକୁ ଅନେକ ବୁଦ୍ଧିଜୀବୀ ପସନ୍ଦ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମହାତ୍ମାଗାନ୍ଧୀ ଅହିଂସାର ଘୋର ବିରୋଧୀ ଥିଲେ । କଂଗ୍ରେସ ଦଳ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ପରିଚାଳିତ ହେଇଥିବାରୁ ଦଳରେ ହିଂସାର ସ୍ଥାନ ନାହଁ ବୋଲି କହିଥିଲେ । ଶହ ଶହ ସମର୍ଥକ ଓ କର୍ମୀ ମାନଙ୍କ ଉମା ରଥ ଜିନ୍ଦାବାଦ, କଂଗ୍ରେସ ଦଳ ଜିନ୍ଦାବାଦ ସ୍ଲୋଗାନରେ କମ୍ପୁଥିଲା ସହର ।
No Result
View All Result