ଓଡିଶା ତାଜା ନ୍ୟୁଜ୍ (୦୩ ଅଗଷ୍ଟ ସୋମବାର ) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗଗ୍ରାମଠାରେଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଏକ କୁଟୁରା କୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଏହି କୁଟୁରାଟି ରବିବାର ସକାଳ ପ୍ରାୟ ୧୧.୩୦ ସମୟରେ ଜିରାଙ୍ଗ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ କୌଣସି କାରଣରୁ ଗ୍ରାମମୁଖା ହୋଇ ଜିରାଙ୍ଗ ଗ୍ରାମକୁ ଚାଲି ଆସିଥିଲା । ସେଠାରେ ସ୍ଥାନୀୟ ବାସିନ୍ଦାମାନେ କୁଟୁରାଟିକୁ ଧରିବାପାଇଁ ଚେଷ୍ଟା କରିବାରୁ ଉକ୍ତ କୁଟୁରା ଜଣକ ଗୃହରେ ପଶି ରହିଥିଲା । ସେଠାରେ ଗ୍ରାମବାସୀମାନେ ତାକୁ ଧରିବାପାଇଁ ଉଦ୍ଦ୍ୟମ କରିବାରୁ ସେହି କୁଟୁରାଟି ନିକଟରେଥିବା ଏକ କୁଅଁରେ କୌଣସି କାରଣରୁ ପଡିଯାଇଥିଲା ।
ପରେ କୌଣସି ମତେ ଉକ୍ତ କୁଟୁରାକୁ ସ୍ଥାନୀୟ ବାସିନ୍ଦାମାନେ ଉଦ୍ଧାର କରି ରାମଗିରି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ରାମଗିରି ବନାଞ୍ଚଳର ଫରେଷ୍ଟର କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ଫରେଷ୍ଟ ଗାର୍ଡ ପ୍ରିୟଦର୍ଶନି ପାତ୍ର ସମେତ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୁଟୁରା ଟିକୁ ଉଦ୍ଧାର କରି ରାମଗିରି ରେଞ୍ଜ ଅଫିସ କୁ ନେଇ ସେଠାରେ ଚିକିତ୍ସା ଚଳାଇଛନ୍ତି । ଉଦ୍ଧାର ହୋଇଥିବା ଏହି ଅହତ କୁଟୁରା ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟ ଭଲ ହେବା ପରେ ସେହି କୁଟୁରାକୁ ଜଙ୍ଗଲ ଅଞ୍ଚଳରେ ଛାଡାଜିବ ବୋଲି ରାମଗିରି ବନବିଭାଗ ସୁତ୍ରରୁ ପ୍ରକାଶ । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )