No Result
View All Result
୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୋହନା :-> ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ଦଳରେ ନିର୍ବାଚନ ପ୍ରଚାର ସେତେ ଜୋରସୋର ହେବାରେ ଲାଗିଛି। ହେଲେ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପ୍ରଚାର ଢଙ୍ଗି ଆଉ ଟିକେ ନିଆରା । ପାଞ୍ଚ ହଜାର ବାଇକରାଲି ସହ ଶହେରୁ ଦେଡ ଶହ ଚାରି ଚକିଆର ଲମ୍ବାଲାଇନ ସହ ପ୍ରଚାରଗାଡି ରୋଡ ଶୋ ।
ଏଇ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ସମେତ ବହୁ ଜଣାଶୁଣା ବିଜେଡି କର୍ମୀ ଓ ସରପଞ୍ଚ ସମିତି ସଭ୍ୟ,ଓ୍ବାର୍ଡ ସଭ୍ୟ ଓ ପଦାଧିକାରୀ ମାନଙ୍କ ସହିତ ଅନେକ ଯୁବଗୋଷ୍ଠୀ ଏଥିରେ ସାମିଲ ଥିଲେ। ଏଇ ରାଲି ମହେନ୍ଦ୍ରଗଡ଼,ଛେଳିଗଡ,ରା ଉଦୟଗିରି,ତାବରଡା,ଲେଙ୍ଗେ ଓ ନୂଆଗଡ ଏବଂ ପରେ ବଡପଦା,ମାର୍ଲବା, ରାୟଗଡ,ପଦ୍ମପୁର, କୃଷ୍ଣପୁର ଓ ନାରାୟଣପୁର ପହଞ୍ଚିଥିଲା ।
ପ୍ରତି ଗାଁର ଛକେଛକେ ମହିଳା ପୁରୁଷ ଏକତ୍ରିତ ଫୁଲମାଳ ଦେଇ ଓ ଫୁଲବର୍ଷା ସହ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଡାକବାଜି ଯନ୍ତ୍ର ସାହାଯ୍ୟରେ ଉଭୟେ ଶ୍ରୀ ଗମାଙ୍ଗ ଓ ଶ୍ରୀ ବକ୍ସିପାତ୍ର ଯୋଡି ଶଙ୍ଖରେ ଭୋଟ ଦେବା ଲାଗି ଲୋକଙ୍କୁ ଅନୁରୋଧ କରିଥିଲେ।
No Result
View All Result