No Result
View All Result
୩ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବିଶାଳ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କଲେ ବେଗୁନିଆ ବିଜୁ ଜନତାଦଳର ବିଧାୟକ ପ୍ରାର୍ଥୀ ପ୍ରଦିପ କୁମାର ସାହୁ । ବିପୁଳ ସଂଖ୍ୟକ କର୍ମୀଙ୍କ ବିରାଟ ପଟୁଆରେ ବାହାରି ଖୋର୍ଦ୍ଧାର ଚଣ୍ଡିଚୂଆ ଛକଠାରୁ ଆସି ଖୋର୍ଦ୍ଧାର ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ପ୍ରଦିପ କୁମାର ସାହୁ ।
ତେବେ ପ୍ରଦୀପଙ୍କ ସହିତ ଖୋର୍ଦ୍ଧାର ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଏବଂ ପୂର୍ବତନ ବିଧାୟକ ସୁର ରାଉତରାୟ ମଧ୍ୟ ରହିଥିଲେ । ପରେ ପିଡି ଡିଆରଡିଏଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ.
No Result
View All Result