ଶିଖରପୁର ବିଜେଡି ସମାବେଶ ଷ୍ଟେଜ ରେ କାଳୁଙ୍କ ସହ ପ୍ରଭାତଙ୍କ ତୁ ତୁ ମେଁ ମେଁ….
ରଣପୁର ନିର୍ବାଚନ ମଣ୍ଡଳୀର ଶିଖରପୁର ପଞ୍ଚାୟତରେ ସନ୍ନ୍ୟାସୀ ପ୍ରଧାନ ଙ୍କ ନେତୃତ୍ୱରେ ବିଶାଳ ସମାବେଶ
୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶିଖରପୁର :-> ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶିଖରପୁରଠାରେ ସରପଞ୍ଚ ସନ୍ୟାସୀ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ, ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ଦେବାଶିଷ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ ।
ଏହି ସମାବେଶରେ ଉପସ୍ଥିତ ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଉପସ୍ଥାପନ କରି ଯୋଡ଼ି ଶଙ୍ଖରେ ମୋହର ମାରି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ । ଏହି ବୈଠକରେ ସମସ୍ତ ନେତୃ ମଣ୍ଡଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରାଙ୍କୁ ସମ୍ବଧିତ କରାଯାଇନଥିଲା | ତେବେ ଏହାକୁ ନେଇ ଅଧକ୍ଷ କାଳୁ ଓ ପ୍ରଭାତଙ୍କ ମଧ୍ୟ୍ୟରେ ତୁତୁ ମେଁ ମେଁ ଦେଖିବାକୁ ମିଳିଥିଲା ଖାଲି ସେତିକି ନୁହେଁ କାଳୁଙ୍କ କଥାରେ ରଣପୁର ବିଦାୟକ ପାର୍ଥି ଉଠୁ ବସ ହେଉଥିବା ଶୁଣିବାକୁ ମିଳିଛି |
ବୈଠକରେ କର୍ମୀଙ୍କୁ ପ୍ରଲୋଭନ ଦେଖାଇ ଟାଣିଆଣିଥିବା କର୍ମୀବି ଆସନ୍ତୋଷ ପ୍ରକାଶ କରିଛନ୍ତି | କର୍ମୀ ମାନଙ୍କୁ ୨୦୦ଟଙ୍କା ଓ ଭୋଜିର ପ୍ରଲୋଭନ ଦେଖାଇ ସ୍ଥାନୀୟ ସରପଞ୍ଚ ଗୃପ ମହିଳା ମାନଙ୍କୁ ଟାଣି ଆଣିଥିବା ବେଳେ କାର୍ଯ୍ୟକ୍ରମରେ ଯୋଗଦେଇସାରିବା ପରେ ୧୮ଟି ପଞ୍ଚାୟତର ପ୍ରାୟ ୫ ହଜାର କର୍ମୀ ଖାଲି ହାତ ଓ ଖାଲି ପେଟରେ ଘରକୁ ଫେରି ଆସନ୍ତୋଷ ପ୍ରକାଶ କରିଛନ୍ତି | ଭୋଟ ହାତେଇବା ନାଁ ରେ ଭୋଟରଙ୍କୁ ମିଛ ପ୍ରତିଶୃତି ବିଜେଡି କୁ ଆସନ୍ତା ନିର୍ବାଚନରେ ନିନ୍ମଗାମୀ କରିପରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି |