No Result
View All Result
ଶିଖରପୁର ବିଜେଡି ସମାବେଶ ଷ୍ଟେଜ ରେ କାଳୁଙ୍କ ସହ ପ୍ରଭାତଙ୍କ ତୁ ତୁ ମେଁ ମେଁ….
ରଣପୁର ନିର୍ବାଚନ ମଣ୍ଡଳୀର ଶିଖରପୁର ପଞ୍ଚାୟତରେ ସନ୍ନ୍ୟାସୀ ପ୍ରଧାନ ଙ୍କ ନେତୃତ୍ୱରେ ବିଶାଳ ସମାବେଶ

୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶିଖରପୁର :-> ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶିଖରପୁରଠାରେ ସରପଞ୍ଚ ସନ୍ୟାସୀ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ, ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ଦେବାଶିଷ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ ।

ଏହି ସମାବେଶରେ ଉପସ୍ଥିତ ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଉପସ୍ଥାପନ କରି ଯୋଡ଼ି ଶଙ୍ଖରେ ମୋହର ମାରି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ । ଏହି ବୈଠକରେ ସମସ୍ତ ନେତୃ ମଣ୍ଡଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରାଙ୍କୁ ସମ୍ବଧିତ କରାଯାଇନଥିଲା | ତେବେ ଏହାକୁ ନେଇ ଅଧକ୍ଷ କାଳୁ ଓ ପ୍ରଭାତଙ୍କ ମଧ୍ୟ୍ୟରେ ତୁତୁ ମେଁ ମେଁ ଦେଖିବାକୁ ମିଳିଥିଲା ଖାଲି ସେତିକି ନୁହେଁ କାଳୁଙ୍କ କଥାରେ ରଣପୁର ବିଦାୟକ ପାର୍ଥି ଉଠୁ ବସ ହେଉଥିବା ଶୁଣିବାକୁ ମିଳିଛି |

ବୈଠକରେ କର୍ମୀଙ୍କୁ ପ୍ରଲୋଭନ ଦେଖାଇ ଟାଣିଆଣିଥିବା କର୍ମୀବି ଆସନ୍ତୋଷ ପ୍ରକାଶ କରିଛନ୍ତି | କର୍ମୀ ମାନଙ୍କୁ ୨୦୦ଟଙ୍କା ଓ ଭୋଜିର ପ୍ରଲୋଭନ ଦେଖାଇ ସ୍ଥାନୀୟ ସରପଞ୍ଚ ଗୃପ ମହିଳା ମାନଙ୍କୁ ଟାଣି ଆଣିଥିବା ବେଳେ କାର୍ଯ୍ୟକ୍ରମରେ ଯୋଗଦେଇସାରିବା ପରେ ୧୮ଟି ପଞ୍ଚାୟତର ପ୍ରାୟ ୫ ହଜାର କର୍ମୀ ଖାଲି ହାତ ଓ ଖାଲି ପେଟରେ ଘରକୁ ଫେରି ଆସନ୍ତୋଷ ପ୍ରକାଶ କରିଛନ୍ତି | ଭୋଟ ହାତେଇବା ନାଁ ରେ ଭୋଟରଙ୍କୁ ମିଛ ପ୍ରତିଶୃତି ବିଜେଡି କୁ ଆସନ୍ତା ନିର୍ବାଚନରେ ନିନ୍ମଗାମୀ କରିପରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି |


No Result
View All Result