No Result
View All Result
୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ନିଆଳିର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ମାଧବ ସ୍ଥିତ ସହୀଦ ସ୍ମୃତି ପୀଠ ଠାରେ ପାଳିତ ହୋଇଯାଇଛି । ମଞ୍ଚର ସଭାପତି କୈଳାସ ଚନ୍ଦ୍ର ସୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଚ ସମ୍ପାଦକ ଅଶୋକ କୁମାର ରାୟ, ଅଧ୍ୟାପକ ଗିରିଧାରୀଜେନା , ଅଧ୍ୟାପକ ଧୀରେନ୍ଦ୍ର କୁମାର ମିଶ୍ର, ବ୍ରଜବନ୍ଧୁ ମୁଦୁଲି, କୃଷ୍ଣ ଚନ୍ଦ୍ର ଲେଙ୍କା, ଭଗବାନ ବସ୍ତିଆ,
ପୂର୍ଣ୍ଣଚନ୍ଦ୍ର ସେନାପତି, ଶରତ , ପ୍ରଭାକର ଦୀକ୍ଷିତ ଶରତ ଚନ୍ଦ୍ର ସାହୁ, ପିତାମ୍ବର ରାଉତ , ଜଗଦୀଶ ପାଢ଼ୀ, ବଇଁଶୀଧର ସାହୁ ପ୍ରମୁଖ ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରିଥଲେ । ଓଡିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ସହିତ ଉତ୍କଳ ସମ୍ମିଳନର ସ୍ଥାପନ ଓ ଓଡ଼ିଶାକୁ ସ୍ଵତନ୍ତ୍ର ମାନ୍ୟତା ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ବାଇଁଶିଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result