No Result
View All Result
୩୦ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବନ୍ଧ ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା | ଫଳରେ ଚନ୍ଦ୍ରଗିରି, ଅଡବା ଓ ମୋହନା ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ତାର ଛିଣ୍ଡିଯିବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଛି ।
କିଛି ସ୍ଥାନରେ କଚା ଘର ନଷ୍ଟ ହୋଇଛି । ଅଡବାରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ପଡ଼ି ରାସ୍ତା ବନ୍ଦ ରହିଛି | ଫଳରେ ଗଜପତି ସହ କନ୍ଧମାଳ ଜିଲ୍ଲାକୁ ଅଡବା ମଧ୍ୟ ଦେଇ ଯାତାୟତ ବନ୍ଦ ହୋଇଥିଲା । ମୋହନା ଅଗ୍ନିଶମ କର୍ମଚାରୀଙ୍କ ତତ୍କାଳୀନ ପଦକ୍ଷେପ ଯୋଗୁଁ ଗଛ ଗଛ କାଟି ରାସ୍ତା ସଫା ସଫା କରାଯିବାରୁ ଯାତାୟତ ସ୍ବାଭାବିକ ହୋଇଥିଲା. ବର୍ଷାଯୋଗୁଁ ପ୍ରଚଣ୍ଡ ରୌଦ୍ର ତାପରୁ ଲୋକେ ତ୍ରାହି ପାଇଛନ୍ତି | ଆଜି ଦିନରେ ମୋହନା ଅଞ୍ଚଳର ତାପମାତ୍ରା ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା ।
No Result
View All Result