• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଆଜ୍ଞା ମୁଁ ଭଲ ପିଲା : ଢେଙ୍କାନାଳରେ ଢେଗା ଚର୍ଚ୍ଚା…

Proprietor Abhimanyu Maharana by Proprietor Abhimanyu Maharana
August 3, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଆଜ୍ଞା ମୁଁ ଭଲ ପିଲା : ଢେଙ୍କାନାଳରେ ଢେଗା ଚର୍ଚ୍ଚା…
Share on FacebookShare on TwitterWhatsapp
  1. ଟାଉନ୍ ପୁଲିସ୍ ହଠାତ୍ ଚଢାଉ କରି ଜଣେ ଦେହଜୀବୀ ସମେତ ଉକ୍ତ ଅଂଚଳର ବରିଷ୍ଠ ବ୍ୟକ୍ତି ସ୍ଵର୍ଗତ ସୁଧାକର ମିଶ୍ରଙ୍କ ପୁତ୍ର ଓ ତାଙ୍କ ପୁତ୍ରଙ୍କୁ ଗିରଫ କରିବା ସହ ୫ ଟି ମୋବାଇଲ ଏବଂ ଗୋଟିଏ କମ୍ପ୍ୟୁଟର ଜବତ କରିଛି ।
  2. 2. ସ୍ୱର୍ଗତ ସୁଧାକର ମିଶ୍ରଙ୍କର ଯୁବାବସ୍ଥାରେ ପତ୍ନୀଙ୍କ ଦେହାନ୍ତ ପରେ ଦ୍ଵିତୀୟ ପତ୍ନୀ ଗ୍ରହଣ କଲେ । ଉକ୍ତ ଦ୍ଵିତୀୟ ପତ୍ନୀଙ୍କ ଗର୍ଭରୁ ଜମଜ ସନ୍ତାନ ଜାତ ହେଲେ । ଯାହାଙ୍କ ନାମ ରଖାଗଲା ଆମ ଢେଙ୍କାନାଳ ଲୋକଙ୍କ କଥାରେ ଢେଗା ଆଉ ଢେଗି । ଅଧୁନା ଢେଗା ଓରଫ ବିଶ୍ଵଜିତ ମିଶ୍ର ସହରରେ ଚର୍ଚ୍ଚାର ବିଷୟ ।

ଓଡିଶା ତାଜା ନ୍ୟୁଜ୍ (୦୩ ଅଗଷ୍ଟ ସୋମବାର ) ଢେଙ୍କାନାଳ :- କୁହାଯାଏ,ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ସାହିତ୍ୟ ସଂସ୍କୃତି ଓ ଆଧ୍ୟାତ୍ମିକ ଜଗତର ଜଣେ ପଞ୍ଚସଖା ଯୁଗୀୟ କବି ଥିଲେ। ଯିଏକି ଲେଖିଥିଲେ, ଓଡ଼ିଆ ଭାଗବତ “ଯାହାର ପୂର୍ବ ଭାଗ୍ୟ ଦିଶେ,ତା ପୁତ୍ର ସାଧୁ ସଂଗେ ମିଶେ”। ପରବର୍ତ୍ତୀ ସମୟରେ କତିପୟ କବି ଏହାକୁ ଅପଭ୍ରଂଶ କରି ଲେଖିଲେ” ଯାହାର ପୂର୍ବ ଭାଗ୍ୟ ଦିଶେ ତା ପୁତ୍ର ବେଶ୍ୟା ସଂଗେ ମିଶେ” । ଏଇ ଦୁଇଟି ପଦର ତାତ୍ପର୍ଯ୍ୟକୁ ବିଚାର କଲେ ଜାଣିପାରିବା ଯେ,ପୁର୍ବ ଓ ବର୍ତ୍ତମାନର ଫଳରେ ହୁଏତ ଜୈନିକ ସାଧୁ ପୁଅର ସନ୍ତାନ ପୂର୍ବ ଭାଗ୍ୟ ବଳରୁ ହୁଏତ ସାଧୁ ସାଂଗରେ କିମ୍ବା ବେଶ୍ୟା ସାଂଗରେ ମିଶିବ।

ଏବେ ଏହିଭଳି ଏକ ଘଟଣା ଚର୍ଚ୍ଚା ପାଲଟିଛି ଢେଙ୍କାନାଳ ସହରର ବ୍ରାହ୍ମଣ ଶାସନ ତଥା ୧୫ନମ୍ବର ୱାର୍ଡ଼ ମୁକ୍ତାଦେଇପୁର ଶାସନରେ ଥିବା ସିଦ୍ଧେଶ୍ଵରୀ ଗେଷ୍ଟ ହାଉସରୁ।ଘଟଣାଟି ଠିକ୍ ଏହିପରି, ଢ଼େଙ୍କାନାଳ ଗଡର ପୂର୍ବତନ ରାଜାଧିରାଜ ସୁର ପ୍ରତାପ ମହେନ୍ଦ୍ର ବାହାଦୁର ମହୋଦୟଙ୍କ ସମୟରେ ବିଭିନ୍ନ ଭୂମି ଲାଖରାଜ ପ୍ରଦାନ ପୂର୍ବକ ତତ୍ ପୂର୍ବରୁ ତାଙ୍କର ପୂର୍ବଶୂରୀ ମହାରାଜା ଭାଗୀରଥି ଭ୍ରମର ବର ମହେନ୍ଦ୍ର ବାହାଦୁର ଢେଙ୍କାନାଳ ଗଡର ରାଣୀ ମୁକ୍ତାଦେଇଙ୍କ ନାମାନୁସାରେ ମୁକ୍ତାଦେଇପୁର ଶାସନ ନାମରେ ଏକ ବ୍ରାହ୍ମଣ ଶାସନ ନାମିତ କରିଥିଲେ।ଉକ୍ତ ଶାସନରେ ସମସ୍ତ ଶ୍ରୋତିୟ ବ୍ରାହ୍ମଣ ଯଥା- ବ୍ରାହ୍ମଣ ଶାସନ ମିଶ୍ର,କର, ତ୍ରିପାଠୀ, ଦ୍ଵିବେଦୀ,ଚତୁର୍ବେଦୀ ଇତ୍ୟାଦି ଶ୍ରେଣୀର ବ୍ରାହ୍ମଣମାନଙ୍କୁ ସ୍ଵାଗତ କରିଥିଲେ ଓ ଏମାନଙ୍କୁ ବ୍ରାହ୍ମୋତ୍ତର ଲାଖରାଜ ଭୂମି ପ୍ରଦାନ କରି ପ୍ରଦାନ କରି ରାଜାନୁଗତ ଭାବେ କାର୍ଯ୍ୟ କରିବାକୁ ଆଦେଶ ଦେଇଥିଲେ ।

ଚର୍ଚ୍ଚାର ବିଷୟ ଗତ ଶନିବାର ରାତିରେ ସେହି ବ୍ରାହ୍ମଣ ଶାସନ ବା ମୁକ୍ତାଦେଇପୁର ଶାସନରେ ଥିବା ସିଦ୍ଧେଶ୍ୱରୀ ଗେଷ୍ଟ୍ ହାଉସରେ ଟାଉନ୍ ପୁଲିସ୍ ହଠାତ୍ ଚଢାଉ କରି ଜଣେ ଦେହଜୀବୀ ସମେତ ଉକ୍ତ ଅଂଚଳର ବରିଷ୍ଠ ବ୍ୟକ୍ତି ସ୍ଵର୍ଗତ ସୁଧାକର ମିଶ୍ରଙ୍କ ପୁତ୍ର ଓ ତାଙ୍କ ପୁତ୍ରଙ୍କୁ ଗିରଫ କରିବା ସହ ୫ ଟି ମୋବାଇଲ ଏବଂ ଗୋଟିଏ କମ୍ପ୍ୟୁଟର ଜବତ କରିଛି । କହିବା ବାହୁଲ୍ୟ, ସ୍ଵର୍ଗତ ସୁଧାକର ମିଶ୍ର ଖବରକାଗଜ ସମାଜର ସମ୍ପାଦକ ସ୍ଵର୍ଗତ ରାଧାନାଥ ରଥଙ୍କ ସହ ମିଶି ସ୍ବର୍ଗତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରକାଶିତ ଓ ବହୁଳ ପ୍ରସାରିତ ସମାଜ ନାମକ ଖବରକାଗଜରେ ଢେଙ୍କାନାଳରୁ ସମାଜର ମଙ୍ଗଳ ପାଇଁ ସଂଗ୍ରାମ କରୁଥିଲେ । ସ୍ୱର୍ଗତ ସୁଧାକର ମିଶ୍ରଙ୍କର ଯୁବାବସ୍ଥାରେ ପତ୍ନୀଙ୍କ ଦେହାନ୍ତ ପରେ ଦ୍ଵିତୀୟ ପତ୍ନୀ ଗ୍ରହଣ କଲେ । ଉକ୍ତ ଦ୍ଵିତୀୟ ପତ୍ନୀଙ୍କ ଗର୍ଭରୁ ଜମଜ ସନ୍ତାନ ଜାତ ହେଲେ । ଯାହାଙ୍କ ନାମ ରଖାଗଲା ଆମ ଢେଙ୍କାନାଳ ଲୋକଙ୍କ କଥାରେ ଢେଗା ଆଉ ଢେଗି । ଅଧୁନା ଢେଗା ଓରଫ ବିଶ୍ଵଜିତ ମିଶ୍ର ସହରରେ ଚର୍ଚ୍ଚାର ବିଷୟ ।

କହିବାର ତାତ୍ପର୍ଯ୍ୟ, ସ୍ୱର୍ଗତ ସୁଧାକର ମିଶ୍ରଙ୍କ ପ୍ରଥମ ପତ୍ନୀ ସୌଦାମିନୀଙ୍କ ମୃତ୍ୟୁରେ ଅତି ମିୟମ୍ରାଣ ହୋଇ ଢେଙ୍କାନାଳ ସହରର ବାଜିଚୌକସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ଜନ କଲ୍ୟାଣ ପାଇଁ ପତ୍ନୀଙ୍କ ନାମରେ ଏକ ସୌଦାମିନୀ ସ୍କୃତି ବିଦ୍ୟାପୀଠ ସ୍ଥାପନ କଲେ । ପରବର୍ତ୍ତୀ ସମୟରେ ଏହି ସ୍ମୃତି ବିଦ୍ୟାପୀଠ ବିଭିନ୍ନ ବାଧାବିଘ୍ନ ଦେଇ ଗତି କରିବା ସତ୍ତ୍ବେ ବିଦ୍ୟାଳୟର ମାନ୍ୟତା ପ୍ରାପ୍ତ କରିଅଛି ।

କିନ୍ତୁ ତାଙ୍କର ଦ୍ଵିତୀୟ ପତ୍ନୀଙ୍କ ପୁତ୍ର ଢେଗା ଓରଫ୍ ବିଶ୍ଵଜିତ ମିଶ୍ର ତାଙ୍କ ଗଡ଼ଜାତ ସମୟର ପୁରାତନ ଘରେ ଗେଷ୍ଟ୍ ହାଉସ୍ କରି ଦେହ ବ୍ୟବସାୟ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ।ଆଜି ଏବେ ଏ ନିବନ୍ଧରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ,”ଯାହାର ବାପା ଚଢେ ଘୋଡା, ତା’ର ପୁଅ ଥୋଡା ଥୋଡା”। କଥାରେ ଅଛି, ଦେଉଳ ତୋଳିଲେ ନାଁ,ବାଟରେ ହଗିଲେ ବି ନାଁ । (ରିପୋର୍ଟ- ଅମର ରଞ୍ଜନ ଦାସ, ଢେଙ୍କାନାଳ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Odiapreneur 3.0 State-Level Hackathon Inaugurated at IIT Bhubaneswar

Odiapreneur 3.0 State-Level Hackathon Inaugurated at IIT Bhubaneswar

October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

October 1, 2026
ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

October 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Odiapreneur 3.0 State-Level Hackathon Inaugurated at IIT Bhubaneswar

Odiapreneur 3.0 State-Level Hackathon Inaugurated at IIT Bhubaneswar

October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version