୨୯ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ବାର୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ଜେ.ଏମ.ଏଫ.ସି କୋର୍ଟ ପରିସରରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମଧୁବାବୁ ଜୟନ୍ତୀ ତଥା ଓକିଲ ଦିବସ ଅତି ଯାକଜମକରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶା ମାନବ ଅଧିକାର କମିଶନ ସଦସ୍ୟ ଚିତ୍ତ ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି, ଗାନ୍ଧୀ ସ୍ମାରକୀ ନିଧି ସଚିବ ପ୍ରହଲ୍ଲାଦ ସିନ୍ହା ମୁଖ୍ୟବକ୍ତା ଓ ଜଟଣୀ ଜେ.ଏମ.ଏଫ.ସି ବିଚାରପତି ସମ୍ମାନୀୟା ହିତାଶ୍ରି ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ସାର ଗର୍ଭକ ବକ୍ତବ୍ୟ ରଖିଥିଲେ।
ଅତିଥି ଗଣ ନିଜନିଜର ବକ୍ତବ୍ୟରେ କହିଥିଲେ ଯେ ଗୋପବନ୍ଧୁ ଜୀବିତ ଅବସ୍ଥାରେ ପାଲଟିଥିଲେ କିମ୍ବଦନ୍ତୀ ପୁରୁଷ। କଟକ ଜିଲ୍ଲା ସତ୍ୟଭାମାପୁ୍ର ରେ ୧୮୪୮ମସିହା ଏପ୍ରିଲ ୨୮ତାରିଖରେ ଜନ୍ମ ଗ୍ରହଣ କରିଥିଲେ। କଲିକତା ବିଶ୍ଵବିଦ୍ୟାଳୟ ରୁ ଏମ.ଏ.ଏଲ୍.ଏଲ.ବି. କରି କଲିକତାରେ କିଛିବର୍ଷ ଓକିଲାତି କରି ୧୮୮୧ମସିହାରେ କଟକରେ ଓକିଲାତି କରିଥିଲେ। ଉତ୍କଳ ଗୌରବ ମଧୁସୁଦନଙ୍କ ଓକିଲାତି ଜୀବନ ଏକ ସୁଦୀର୍ଘ ଇତିହାସ। ଆଇନ ଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା।
ମଧୁବାବୁ ନିଜ ଓକିଲାତି ବୃତ୍ତିରେ ବହୁ ଗୁରୁତ୍ଵପୂର୍ଣ୍ଣ ମକଦ୍ଦମା ପରିଚାଳନା କରି ସଫଳତା ଅର୍ଜନ କରିଥିଲେ।ସେ ଖଣ୍ଡପଡ଼ା ରାଜା, କେନ୍ଦୁଝର ରାଜା,ଶ୍ରୀ ମନ୍ଦିର ପରିଚାଳନା ବିବାଦ ସମ୍ପର୍କିତ ଜଟିଳ ମକଦ୍ଦମାରେ ନିଜର ଦକ୍ଷତାର ପ୍ରମାଣ ଦେଇ ଶ୍ରେଷ୍ଠ ଏବଂ ଅଦ୍ୱିତୀୟ ପ୍ରମାଣିତ କରିପାରିଥିଲେ। ସର୍ବପରୀ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଏହି କାର୍ଯ୍ୟକ୍ରମରେ ଜଟଣୀ ବାର୍ ଆସୋସିଏସନ୍ ସଭାପତି ଶରତ ଚନ୍ଦ୍ର ପାଇକରାୟ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ବ୍ରଜ ବନ୍ଧୁ ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଶ୍ରୀଯୁକ୍ତ ବିପିନ ବିହାରୀ ମହାନ୍ତିଙ୍କୁ “ଜଟଣୀ ରତ୍ନ” ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଜଟଣୀ ଲୟର୍ସ ଆସୋସିଏସନ୍ ସଭାପତି, ସମ୍ପାଦକଙ୍କ ସମେତ ବହୁ ଆଇନଜୀବୀ, ସମାଜସେବୀ, ପୋଲିସ ଅଧିକାରୀ ମାନେ ଯୋଗଦେଇଥିଲେ। ବାର୍ ଆସୋସିଏସନ ର ଉପ ସଭାପତି ମିହିର କାନ୍ତ କୋଠାରୀ ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ସହ ସମ୍ପାଦକ ହର ପ୍ରସାଦ ବରାଳ,
କୋଷାଧ୍ୟକ୍ଷ ମାନସ କୁମାର ସୁବୁଦ୍ଧି,ମିଡ଼ିଆ ସେଲ୍ ଇନଚାର୍ଜ ଅକ୍ଷାଂଶୁ ନାୟକ,ବରିଷ୍ଠ ଆଇନଜୀବୀ ସାନୂଜ ମିଶ୍ର, ଅମର ମିଶ୍ର, ଅମୀୟ ରଞ୍ଜନ ବେହେରା,ବି ମଧୁସ୍ମିତା, ରଘୁନାଥ ନାୟକ, ଋଷିକୂଲ୍ୟା ସାମନ୍ତରାୟ, ଶୁଭେନ୍ଦୁ ପଟ୍ଟନାୟକ ଓ ସୁଶିଲ ରଥ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ।