ଓଡିଶା ତାଜା ନ୍ୟୁଜ୍ (୦୩ ଅଗଷ୍ଟ ସୋମବାର ) ନୟାଗଡ଼ :- ଅସହାୟ,ନିରାଶ୍ରୟଙ୍କ ଆଶ୍ରୟ, ଯାହାର କେହି ନାହାଁନ୍ତି ତାର ପଣ ହେଉଛି “ସମର୍ପଣ”(ବୃଦ୍ଧାଶ୍ରମ)। ମାନ୍ୟବର ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ନୟାଗଡ଼ ଲେଖନପୁର ଠାରେ ଗଢ଼ି ଉଠିଥିବା ବୃଦ୍ଧାଶ୍ରମର ନାଁ ହେଉଛି “ସମର୍ପଣ”। ଏହି ‘ସମର୍ପଣ’ ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଯୁକ୍ତ ଶ୍ରୀଧର ସାହୁଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ସମଗ୍ର ବିଶ୍ଵରେ ଆତଙ୍କ ରଚିଥିବା କରୋନାକୁ ହରେଇବା ପାଇଁ ସମର୍ପଣ ଗୃହରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହିତ ସମସ୍ତ ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଦୁଇ କରୋନା ଯୋଦ୍ଧା ଇଟାମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ରାଜେଶ କୁମାର ମିଶ୍ର ଓ ଶଙ୍ଖେଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୂଷଣ ଦଳେଇ ଛୁଟି ଦିନରେ ଘରେ ନ ରହି ଛୁଟି ନ କାଟି ନିସ୍ୱାର୍ଥପରଭାବେ ଆଶ୍ରମ ଅନ୍ତେବାସୀ ମାନଙ୍କ ସହିତ ସମୟ କାଟିଥିଲେ । ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା ଓ ଚିକିତ୍ସା କରିବା ସହିତ କରୋନାକୁ ଦୂର କରିବାକୁ ହେଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢେଇବାକୁ ହେବବୋଲି କହିଥିଲେ ତେଣୁ ପ୍ରତିଦିନ ଯୋଗ, ଧ୍ୟାନ ଓ ପ୍ରାଣାୟାମ ସହିତ ସାତ୍ତ୍ଵିକ ଭୋଜନ କରିବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥିଲେ । ସମଗ୍ର ବିଶ୍ଵକୁ କବଳିତ କରିଥିବା ମହାମାରୀ କରୋନାକୁ ନଡରି ଦୁଇ ଡାକ୍ତର ମହାଶୟ ପ୍ରତ୍ୟେକ ମାସରେ ଗୋଟିଏ ଦିନ’ସମର୍ପଣ’ ଆଶ୍ରମକୁ ଆସି ନିଶୁଳ୍କ ସେବା ଯୋଗାଇଦେଉଥିବାରୁ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଛନ୍ତି । (ରିପୋର୍ଟ – ରାମକୃଷ୍ଣ ରଥ)