No Result
View All Result
୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରୀ :-> ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ଆଜି ମୋହନା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ବିଜେପି ପ୍ରାର୍ଥୀ ଭାବେ ପ୍ରଶାନ୍ତ ମଲ୍ଲିକ ସେମାନଙ୍କ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ମୋହନା(ସଂରକ୍ଷିତ) ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରିଟର୍ଣିଂ ଅଫିସର ତଥା ଏଡିଏମ ଶ୍ରୀ ବିରେନ୍ଦ୍ର କୁମାର ଦାସଙ୍କ ଠାରେ ସ୍ଵାଧୀନ ପ୍ରାର୍ଥୀ ଭାବେ ସତ୍ୟପାଠ ସହ ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ସେହିଭଳି ବିଜେପି ପ୍ରାର୍ଥୀ ମଧ୍ୟ ତାଙ୍କ ସମର୍ଥକ ମାନଙ୍କ ଗହଣରେ ଆସି ଏଡିଏମ ତଥା ରିଟର୍ଣିଂ ଅଫିସର ଠାରେ ସତ୍ୟପାଠ ସହ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , ନିର୍ବାଚନରେ ବିଜୟୀ ହେଲେ କୃଷି , ଜଳସେଚନ ଓ ସମସ୍ୟା ଦିଗରେ ବିଶେଷ ଗୁରୁତ୍ବ ଦେବୀ ବୋଲି କହିଥିଲେ । ସେହିଭଳି ମୋହନା ବିଧାୟକ ବିଜେଡି ପ୍ରାର୍ଥୀ ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ତାଙ୍କ ପ୍ରତିକ୍ରିୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ପ୍ରତ୍ୟେକଙ୍କ ଘରେ ଘରେ ପହଞ୍ଚାଇ ଆଶୀର୍ବାଦ ନେବୁ ।
ଲୋକଙ୍କ ଆଶା ଓ ଉନ୍ନତି ଦିଗରେ ସବୁବେଳେ ବ୍ରତୀ ହେବୁ ବୋଲି କହିଥିଲେ । ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଶାନ୍ତ ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ,ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିକାଶଧାରା ଯୋଗୁଁ ଦେଶରେ ଅଛେଦିଁ ଆସିଛି , ତାକୁ ଆଧାର କରି ଲୋକଙ୍କ ଘରେ ଘରେ ଏହାର ପ୍ରଚାର୍ କରି ଆମେ ଲୋକଙ୍କ ନିକଟତର ହୋଇ ନିର୍ବାଚନ ବୈତରଣୀ ପାରି ହେବୁ ବୋଲି କହିଥିଲେ ।
No Result
View All Result