ପଥଚାରୀ କୁଂ ଦହିପଣା ବଣ୍ଟନ କଲେ : ଟାକରା ସିଦ୍ଧେଶ୍ବର ବଣିକସଂଘ 

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :->  ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଦଶପଲ୍ଲା ସନ୍ତୁଳି ହେଉଥିବାବେଳେ , ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ରେ ହଜାର ହଜାର ପଥଚାରୀ ପ୍ରଚଣ୍ଡ ଖରାରେ ଯାତାୟତ କରୁଛନ୍ତି । ପଥଚାରୀ ଜଳପାଇଁ ଡହଳ ବିକଳ ହେଉଥିବା ବେଳେ ,

ପଥଚାରୀ କଂ ତୃଷା ନିବାରଣ ପାଇଁ ଟାକରାର ବାବା ସିଦ୍ଧେଶ୍ବର ବଜାର କମିଟି ତରଫରୁ ଆଜି ହଜାର ହଜାର ପଥଚାରୀ କଂ ସମେତ , ସମସ୍ତ ଗାଡିର ଚାଳକ ଓ ସହଯୋଗୀ କୁଂ ସୁ – ସ୍ବାଦୁ ଦହିପଣା ବଣ୍ଟନ କରାଯାଇଥିଲା । ଆଜି ସକାଳ ୭ ଘଟିକା ଠାରୁ ସଂଧ୍ଯା ୬ ଘଟିକା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରିରହିବ ବୋଲି ବଜାର କମିଟି କର୍ମକର୍ତ୍ତା ମାନେ ଜଣାଇଛନ୍ତି ।