<h4><img class="alignnone wp-image-141858" src="https://odishatazanews.com/wp-content/uploads/2024/04/fatagada-5-300x169.jpg" alt="" width="886" height="499" /><strong><span style="color: #ff0000;"><em>୨୬ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) </em></span><span style="color: #ff0000;"><em>ଭାପୁର :-></em> </span>ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପଥିକମାନେ ପାନୀୟ ଜଳମୁନ୍ଦେ ପିଇବାକୁ ଡହଳ ବିକଳ ହେଉଛନ୍ତି। ପଥିକମାନେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପକ୍ଷରୁ ଜଳଛତ୍ର ଖୋଲାଯାଇ ବାଟୋଇମାନଙ୍କର ତୃଷା ନିବାରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।<img class="alignnone wp-image-141854" src="https://odishatazanews.com/wp-content/uploads/2024/04/fatagada-1-300x169.jpg" alt="" width="863" height="486" />ଫତେଗଡ଼ ଥାନାଅଧିକାରୀ ସୁଜିତ୍ କୁମାର ଦାସଙ୍କ ତତ୍ତ୍ଵାବଧାନରେ ଖୋଲାଯାଇଥିବା ଏହି ଜଳଛତ୍ରକୁ ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିମଳ କୁମାର ବାରିକ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଵା ବେଳେ ଫତେଗଡ଼ ଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତ କର୍ମଚାରୀ ଓ ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ.!<img class="alignnone wp-image-141855" src="https://odishatazanews.com/wp-content/uploads/2024/04/fatagada-2-300x169.jpg" alt="" width="818" height="461" />ଏହା ଦ୍ୱାରା ଜନସାଧାରଣ ଓ ପୋଲିସ ବାହିନୀ ମଧ୍ୟରେ ଉତ୍ତମ ସମ୍ପର୍କ ରହିବବୋଲି କହିଥିଲେ ! ଏହି ଅବସରରେ ଫତେଗଡ଼ ଥାନାର ସମସ୍ତ କର୍ମଚାରୀ,ସମାଜସେବୀ, ଜନପ୍ରତିନିଧି,ଶିକ୍ଷାବିତ୍ ଓ ଗଣମଧ୍ୟାମର ପ୍ରତିନିଧି ମାନେ ଯୋଗଦେଇଥିଲେ। ଆଜି ବାଟୋଇମାନଙ୍କୁ ଦହି ସର୍ବତ ଦେଇ ତୃଷା ନିବାରଣ କରାଯାଇଥିବା ବେଳେ ଫତେଗଡ଼ ଥାନା ପକ୍ଷରୁ ଏଭଳି ପ୍ରୟାସକୁ ଭାପୁର ବ୍ଲକର ଜନସାଧାରଣ, ବୁଦ୍ଧିଜୀବୀ ସମାଜସେବୀ ଓ ଶିକ୍ଷାବିତମାନେ ଭୂୟସୀ ପ୍ରଶଂସା କରିଛନ୍ତି.!</strong></h4> <img class="alignnone wp-image-141856" src="https://odishatazanews.com/wp-content/uploads/2024/04/fatagada-3-300x169.jpg" alt="" width="902" height="508" /><img class="alignnone wp-image-138386" src="https://odishatazanews.com/wp-content/uploads/2024/03/Odish-Tazanews-Ripotars-40-193x300.jpg" alt="" width="935" height="1453" />