ଶୁଭେଚ୍ଛୁ, ସମର୍ଥକଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି – ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଜି ଦଶପଲ୍ଲାର ଆରାଧ୍ୟଦେବ ମହାବୀର ଙ୍କୁ ଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ନିଜର ହଜାର ହଜାର ଶୁଭେଚ୍ଛୁ ସମର୍ଥକଙ୍କ ସହ ଦଶପଲ୍ଲା ରୁ ବାହାରି ନୟାଗଡ଼ରେ ପହଞ୍ଚିବା କ୍ଷଣି ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳ ଅଫିସ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ସହ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ, ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ,ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସମେତ ଅନ୍ୟାନ୍ୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଅନ୍ୟ ପକ୍ଷରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା ।ସେପଟେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ କିଭଳି ଭାବେ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଦିନରାତି ଅହରହ ଚେଷ୍ଟା କରିଛନ୍ତି । ସେହିପରି ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପୁନର୍ବାର ବିଜେଡ଼ି ତରଫରୁ ଟିକେଟ ମିଳିଥିବାରୁ ଦଶପଲ୍ଲାର ଆଉ ଯାହା ଅଧୁରା କାମ ବାକି ରହିଲା

ତାକୁ ଆଗାମୀ ଦିନରେ ପୁରଣ କରିବା ସହିତ ଦଶପଲ୍ଲା କୁ ଏକ ବିକଶିତ ନିର୍ବାଚନ ମଣ୍ଡଳୀ ଭାବରେ ପରିଗଣିତ କରିବା ଆଶା ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଉଅଛି ବୋଲି କହିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।ଅନ୍ୟପକ୍ଷରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଏଥର ଯୋଡ଼ିଶଙ୍ଖ ର ନାରା ଦେଇ ଉତ୍ସାହ ବନେଇଛନ୍ତି ଉପସ୍ଥିତ ବିଜେଡ଼ି କର୍ମୀ । ତତ୍ ସହିତ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଦଶପଲ୍ଲାରେ ବିଧାନସଭା ବିଜେଡ଼ି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଓ କନ୍ଧମାଳ ଲୋକସଭା ରୁ ବିଜେଡ଼ି ସାଂସଦ ପ୍ରାର୍ଥୀ ଡ଼ ଅଚ୍ୟୁତ ସାମନ୍ତ ବହୁ ମାତ୍ରାରେ ବିଜୟ ହାସଲ କରିବେ ଏନେଇ କୌଣସି ଦ୍ଵି – ମତନାହିଁ ବୋଲି ମତପ୍ରକାଶ କରିଛନ୍ତି ଦଶପଲ୍ଲା ବିଜୁ ଜନତା ଦଳର କର୍ମୀ ।