ଲୋକନାଥଙ୍କ ହୁଣ୍ଡିରୁ ମିଳିଲା ୫,୭୯,୯୩୦ ଟଙ୍କା

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-> ମହାଶିବରାତ୍ରି ପରେ ଆଜି ପ୍ରଥମ ଥର ପାଇଁ ବାବା ଲୋକନାଥ ଙ୍କ ହୁଣ୍ଡି ଖୋଲାଯାଇଥିଲା। ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ପରାମର୍ଶ କ୍ରମେ ଆଜି ମାଜିଷ୍ଟ୍ରେଟ ଓ ପୋଲିସ ଙ୍କ ଉପସ୍ଥିତ ରେ ହୁଣ୍ଡି ଖୋଲାଯାଇଥିଲା ।

ହୁଣ୍ଡି ଖୋଲି ଗଣା ପରେ ସେଥିରୁ ମିଳିଛି ୫,୭୯,୯୩୦ ଟଙ୍କା । ଏଥି ମଧ୍ୟରେ ୫୧ ହଜାର ଟଙ୍କା ର କଏନ ସାମିଲ ଅଛି । ମାଜିଷ୍ଟ୍ରେଟ ଓ ପୋଲିସ ଙ୍କ ଉପସ୍ଥିତି ରେ ସୁରୁଖୁରୁରେ ହୁଣ୍ଡି ଅର୍ଥ କୁ ଗଣା ଯାଇଥିଲା । ବିଗତ ବର୍ଷ ପରି ଏହି ଅର୍ଥ ବ୍ୟାଙ୍କ ରେ ଗଛିତ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଥିଲେ ।