ଦିଲ୍ଲୀ ଏୟାରପୋର୍ଟରୁ ଧରା ପଡ଼ିଲେ ନକଲି ପାଇଲଟ ସଙ୍ଗୀତ ସିଂହ

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦିଲ୍ଲୀ :->  ନିଜକୁ ପାଇଲଟ୍‌ର ପରିଚୟ ଦେଇ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ବୁଲୁଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରି ଅର୍ଦ୍ଧସମାରିକ ବାହିନୀ । ନକଲି ପାଇଲଟ ଜଣଙ୍କ ହେଉଛନ୍ତି ସଙ୍ଗୀତ ସିଂହ । ତାଙ୍କ ଘର ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରରେ । ସେ ପାଇଲଟ ୟୁନିଫର୍ମ ପିନ୍ଧି ଏୟାରପୋର୍ଟର ସ୍କାଏୱାକ ନିକଟରେ ବୁଲୁଥିବା ବେଳେ ତାଙ୍କ ଉପରେ ସିଆଇଏସଏଫ ଯବାନଙ୍କ ନଜର ପଡ଼ିଥିଲା ।

ବିମାନ ଚଳାଇବାର ତାଙ୍କ ପାଖରେ କୌଣସି ଲାଇସେନ୍ସ ନଥିବା ବେଳେ ସେ ନିଜ ପରିବାର ଲୋକଙ୍କୁ ମିଛ କହୁଥିଲେ । ସେ ଗୋଟିଏ ବ୍ୟବସାୟିକ ବିମାନର ପାଲଟ ବୋଲି ପରିବାର ଲୋକଙ୍କୁ ଜଣାଇବା ପାଇଁ ଏପରି ପଦକ୍ଷେପ ନେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଙ୍ଗୀତ ସିଂହ ନକଲି ଆଇକାର୍ଡ ପକାଇବା ସହ ସିଙ୍ଗାପୁର ଏୟାର ଲାଇନ୍ସରେ କାମ କରୁଥିବା ସମସ୍ତଙ୍କୁ କହି ବୁଲୁଥିଲେ । ତେବେ ଯାଞ୍ଚ ପରେ ସ୍ପଷ୍ଟ ହୋଇଥିଲା ଯେ ସଙ୍ଗୀତ ସିଂହ ଦାବିରେ କୌଣସି ସତ୍ୟତା ନାହିଁ ।

ସେ ବେଆଇନ ଭାବେ ସିଙ୍ଗାପୁର ଏୟାରଲାଇନ୍ସର ଆଇକାର୍ଡ ହାତେଇଥିଲେ । ଗୋଟିଏ ବିଜନେସ କାର୍ଡ ମେକର ଆପ୍ଲିକେସନରୁ ସେ ପରିଚୟପତ୍ର ହାସଲ କରିଥିଲା । ସେହିପରି ଦିଲ୍ଲୀର ଦ୍ୱାରକା ଅଞ୍ଚଳରୁ ସେ ପାଇଲଟ ୟୁନିଫର୍ମ ଆଣିଥିଲେ । ୨୦୨୦ରେ ସେ ମୁମ୍ବାଇରେ ଗୋଟିଏ ବର୍ଷ ପାଇଁ ବେସାମାରିକ ବିମାନ ଚଳାଚଳ ସମ୍ପର୍କିତ ଗୋଟିଏ କୋର୍ସ କରିଥିଲେ । ଏବେ ତାଙ୍କୁ ସିଆଇଏସଏଫ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।