ମା, ହାଡ଼ବାଇ ଯାତ୍ରା ମହୋତ୍ସବର ତୃତୀୟ ରଜନୀରେ ବିଭିନ୍ନ ଗ୍ରାମର ସଭାପତି ସଂପାଦକଙ୍କୁ ସମ୍ବର୍ଦ୍ଧନା

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା, ହାଡ଼ବାଇଙ୍କ ଯାତ୍ରା ଉତ୍ସବର ଶୁକ୍ରବାର ଦିନ ଥିଲା ତୃତୀୟ ରାତ୍ରି । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଡ଼ାକ୍ତର କୃପାସିନ୍ଧୁ ପଣ୍ଡା ମୁଖ୍ୟ ଅତିଥି , ଅନନ୍ତ ବଳିଆ ଆଶ୍ରମରେ ମୁଖ୍ୟ ମନୋଜ କୁମାର ଦାଶ ମୁଖ୍ୟ ବକ୍ତା , ସିନେ ତାରକା ତଥା ବିଜେପି ନେତା ସିତମ ଦାସ, ଗିରିଶ ଚନ୍ଦ୍ର ମିଶ୍ର, ଗ୍ରାମ୍ୟ କମିଟିର ପରାମର୍ଶଦାତା ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର,

ଯାତ୍ରାକମିଟିର ଚେୟାରମ୍ୟାନ ଶିଶିର ରାଉତରାୟ, କାର୍ଯ୍ୟକାରୀ ସଭାପତି ତ୍ରୈଲୋକ ପ୍ରଧାନ, ପରାମର୍ଶ ଦାତା ପ୍ରସନ ସାହୁ, କେଦାର ନାଥ ସିଂ, ମହନ୍ତ ଡ଼ମ୍ବୁର ଧର ସାମନ୍ତରାୟ, ଅଧିକାରୀ ସଦାଶିବ ମହାନ୍ତି, ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

କମିଟି ପକ୍ଷରୁ ବିଭିନ୍ନ ଗ୍ରାମର ସଭାପତି, ସଂପାଦକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଗ୍ରାମ୍ୟ କମିଟିର ସଂପାଦକ ସନ୍ତୋଷ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ ।