ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥରେ : ଅଚାନକ ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ 

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ :->  ଅଚାନକ ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ  I ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥରେ ପ୍ରିୟାଂଶୀ ନାମକ ଯାତ୍ରୀବାହୀରେ ନିଆଁ ଲାଗିଯାଇଥିଲା  I ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଯାଇଛନ୍ତି ୪୦ ଜଣ ଯାତ୍ରୀ  I ଆଜି ପ୍ରିୟାଂଶୀ ନାମକ ଯାତ୍ରୀବାହୀ ବସଟି ତାଳଚେରରୁ ଭୁବନେଶ୍ୱର ଆସୁଥିଲା  I

ଏହି ସମୟରେ ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ ସୂର୍ଯ୍ୟ ପେଟ୍ରୋଲ ପମ୍ପ ନିକଟରେ ହଠାତ ବସଟିରେ ନିଆଁ ଲାଗି ଯାଇଥିଲା I ତେବେ ବସ ଡ୍ରାଇଭର ତୁରନ୍ତ ଗାଡି ଅଟକାଇ ଯାତ୍ରୀ ମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ  I ଫଳରେ ଏକ ନିଶ୍ଚିତ ଅଘଟଣାରୁ ଅଳ୍ପକେ ସମସ୍ତେ ବର୍ତ୍ତୀ ଯାଇଛନ୍ତି  I ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ,ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ  I ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି  I