ଓଡିଶା ତାଜା ନ୍ୟୁଜ୍ (୦୩ ଅଗଷ୍ଟ ସୋମବାର ) ରଣପୁର ଏନେସି :- ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଗତ ପାଞ୍ଚ ବର୍ଷ ଧରି ପରିଷଦରେ ଲୋକ ପ୍ରତିନିଧି ମାନେ କାର୍ଯ୍ୟ କରୁଥିଲେ ହେଁ, ଜାଣି ଶୁଣି ଉନ୍ନତି ମୂଳକ କାର୍ଯ୍ୟ ନ କରି , ବର୍ତ୍ତମାନ କରୋନା ବିଭୀଷିକା ଚାଲିଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀ ମାନେ ଉନ୍ନୟନ ମୂଳକ କାର୍ଯ୍ୟ ଯେପରିକି ଛୋଟ ପାର୍କ ସବୁ
ଯଥାକ୍ରମେ ନଡିଆଭଙ୍ଗା ବଳରାମ ପୁର ମୌଜା ଓ ସାନଗଡ଼ ଠାରେ ଗୋଚର ଜମି ରେ କରୁଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଜିଲ୍ଲା ପ୍ରଶାସନ ଉପରୋକ୍ତ ବେଆଇନ୍ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।