• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡାବୁଗାଁ ଓ ନବରଙ୍ଗପୁରରେ ପାଣ୍ଡିଆନଙ୍କ ଶଙ୍ଖନାଦ

Proprietor Abhimanyu Maharana by Proprietor Abhimanyu Maharana
April 26, 2024
in ଓଡ଼ିଶା, ନବରଙ୍ଗପୁର, ରାଜନୀତି, ହୋମ୍
0
ଡାବୁଗାଁ ଓ ନବରଙ୍ଗପୁରରେ ପାଣ୍ଡିଆନଙ୍କ ଶଙ୍ଖନାଦ
Share on FacebookShare on TwitterWhatsapp

ଶଙ୍ଖ ବିକାଶର ପରିଚୟ, ୯୦ ପ୍ରତିଶତ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ.

ବିଶାଳ ଜନସମୁଦ୍ର ଦେଖି ବିରୋଧୀ ଆତ୍ମବିଶ୍ବାସ ହରେଇ ବସିଲେଣି.

ପଞ୍ଚାୟତ ନିର୍ବାଚନରେ ଆମେ ସବୁ ଜିଲ୍ଲାରେ ଜିତିଲୁ, ସେବେଠୁ ବିରୋଧୀଙ୍କ ନିଦ ନାହିଁ, ସେମାନେ ବାଚାଳ ହୋଇ ମିଛ ଗପୁଛନ୍ତି.

ଜନଜାତି ସଶକ୍ତ ହେଲେ ଓଡିଶା ସଶକ୍ତ ହେବ, ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କୋଉ ରାଜ୍ୟ ବି ଚିନ୍ତା କରିନାହିଁ,

ପରିବାରର ଉନ୍ନତି ହେଲେ ଦେଶର ଉନ୍ନତି ହେବ, ସ୍କୁଲ କଲେଜ ହଷ୍ଟେଲ କରି ମୁଖ୍ୟମନ୍ତ୍ରୀ ଶିକ୍ଷାର ବିକାଶ କରୁଛନ୍ତି, ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ଦୁଇଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ.

ଭୋଟ ପରେ ବିରୋଧୀଙ୍କ ଦେଖା ମିଳିବ ନାହିଁ, ମୁଖ୍ୟମନ୍ତ୍ରୀ କିନ୍ତୁ ପ୍ରତିଶ୍ରୁତି ପୂରଣ କରୁଛନ୍ତି, କାମର ଗୋଟି ଗୋଟି ହିସାବ ଦେଉଛନ୍ତି.

ସବୁ ଧର୍ମର ବିଶ୍ବାସକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି, ସମସ୍ତଙ୍କ ବିକାଶ ଚାହାନ୍ତି, ସେଥିପାଇଁ ମନ୍ଦିର ମସଜିଦ ଚର୍ଚ୍ଚ ଅଲେଖ ମହିମା ପୀଠ ଗୁରୁଦ୍ବାର ଆଦି ସବୁ ଧର୍ମପୀଠର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି.

ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି .

ନବରଙ୍ଗପୁରରେ ୧୯୫୦ କୋଟି ଟଙ୍କାର ବିକାଶ କାମ ଚାଲିଛି

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନବରଙ୍ଗପୁର :->  ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି । ୯୦ ପ୍ରତିଶତ ଭୋଟିଂ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଥିଲେ। ଏହି ସଭାରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି।

ସେମାନେ ଆତ୍ମବିଶ୍ବାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି। ବିରୋଧୀଙ୍କୁ ନିଶାଣ କରି ସେ କହିଲେ ଯେ ଦିନେ ନ ଶୋଇଲେ ମୁଣ୍ଡ ବିନ୍ଧେ, ଦୁଇ-ତିନି ଦିନ ନିଦ ନ ହେଲେ ମୁଣ୍ଡ ବୁଲାଇବା ଆରମ୍ଭ କରେ। କିନ୍ତୁ ବର୍ଷେ ଦି ବର୍ଷ ନ ଶୋଇଲେ ଜାଣିଛନ୍ତି କଣ ହୁଏ ? ବାଚାଳାମୀ ଆରମ୍ଭ ହୁଏ । ପଞ୍ଚାୟତ ନିର୍ବାଚନରେ ଆମେ ସବୁ ଜିଲ୍ଲାରେ ଜିତିଲୁ। ସେବେଠାରୁ ବିରୋଧୀଙ୍କ ଆଖିରେ ନିଦ ନାହିଁ। ତେଣୁ ସେମାନେ ବାଚାଳ ହୋଇ ମିଛ ଗପୁଛନ୍ତି, ଏଣୁତେଣୁ ଗପୁଛନ୍ତି । ସେ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟ। ତାଙ୍କ ହୃଦୟରେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି।


ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି। ତାଙ୍କର ଦୃଢ ବିଶ୍ବାସ ଯେ ଜନଜାତି ସଶକ୍ତ ହେଲେ ଓଡିଶା ସଶକ୍ତ ହେବ। ତେଣୁ ଜନଜାତି ଭାଷା ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆପଣଙ୍କ ଭାଷା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ କରାଯାଉଛି। ଏ କଥା କେଉଁ ରାଜ୍ୟ ବି ଚିନ୍ତା କରିନାହିଁ। ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ପରିବାରର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଆପଣଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଅଫିସର ହେଲେ ଆପଣଙ୍କର ଉନ୍ନତି ହେବ, ଆପଣଙ୍କ ପରିବାରର ଉନ୍ନତି ହେବ, ଓଡିଶା ତଥା ଦେଶର ଉନ୍ନତି ହେବ। ତେଣୁ ସେ ସ୍କୁଲ କଲେଜ ହଷ୍ଟେଲ କରି ଶିକ୍ଷାର ବିକାଶ କରୁଛନ୍ତି।

ଓଡିଶାରେ ଦେଶର ସବୁଠାରୁ ଅଧିକ ହଷ୍ଟେଲ ନିର୍ମାଣ କରାଯାଇଛି। 5T ଜରିଆରେ ସ୍କୁଲ କଲେଜର ରୂପାନ୍ତରଣ ହୋଇଛି। ଜନଜାତି ପିଲାଙ୍କୁ ଡବଲ ସ୍କଲାରସିପ୍‌ ମିଳୁଛି। ପୋଷ୍ଟ ମାଟ୍ରିକ ଏବଂ ନୂଆ-ଓ। ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ଦୁଇଟି ଡିଗ୍ରୀ କଲେଜ ମଞ୍ଜୁର କରିଛନ୍ତି। ଅନ୍ବେଷା ହଷ୍ଟେଲରେ ଜନଜାତି ପିଲାମାନେ ଇଂରାଜୀରେ କଥା ହେଉଛନ୍ତି। ବହୁତ ଛୋଟ ଛୋଟ କେସ୍‌ରେ ଆପଣମାନେ କୋର୍ଟ କଚେରୀ ଦୌଡି ଦୌଡି ବହୁତ ହଇରାଣ ହୁଅନ୍ତି। ତେଣୁ ଜନଜାତି ଭାଇଙ୍କ ସୁବିଧା ପାଇଁ ୫୦ ହଜାର ଛୋଟ ଛୋଟ କେସ୍‌ ରଦ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


ସେ କହିଥିଲେ ଯେ ସବୁ ଧର୍ମର ବିଶ୍ବାସକୁ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଅନ୍ତି। ସମସ୍ତଙ୍କ ବିକାଶ ଚାହାନ୍ତି, ସେଥିପାଇଁ ମନ୍ଦିର ମସଜିଦ ଚର୍ଚ୍ଚ ଅଲେଖ ମହିମା ପୀଠ, ଗୁରୁଦ୍ବାର ଆଦି ସବୁ ଧର୍ମପୀଠର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । ସବୁ ସମାଜର ଭଲ ହେଉ, ଏହା ତାଙ୍କର ଉଦ୍ଦେଶ୍ୟ । ବିରୋଧୀ ଦଳକୁ ଟାର୍ଗେଟ କରି ସେ ପୁଣି କହିଲେ ଯେ ଭୋଟ ପରେ ବିରୋଧୀଙ୍କ ଦେଖା ମିଳିବ ନାହିଁ । ବଡ ବଡ କଥା କହି ପଳେଇବେ। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପୂରଣ କରୁଛନ୍ତି। କାମର ଗୋଟି ଗୋଟି ହିସାବ ଦେଉଛନ୍ତି।

ଆମେ ସମସ୍ତେ ହିସାବ ଦେଉଛୁ। ନବରଙ୍ଗପୁରର ବିକାଶ ପାଇଁ ୧୯୫୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ଡାବୁଗାଁ ରେ ୭୦ କୋଟି ଟଙ୍କାର କାମ ଚାଲିଛି। ଡାବୁଗାଁ ନିର୍ବାଚନମଣ୍ଡଳୀରେ ଚାଲୁଥିବା ବିକାଶ କାମର ହିସାବ ଦେଇ ସେ କହିଲେ ଯେ କୋଷାଗୁମୁଡା ଭାୟା ମୋଟିଗାଁ ଓ କୋଟାଗାଁ ଦେଇ ମଧ୍ୟପ୍ରଦେଶ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରମ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

ପାପଡାହାଣ୍ଡି – କୁଡିଗାଁ-କୋଷାଗୁମୁଡା ରାସ୍ତା ପାଇଁ ୪୫ କୋଟି ଟଙ୍କା । ଡାବୁଗାଁ-ଉମରହାଣ୍ଡି ରାସ୍ତାରେ ଅଙ୍ଗୀ ନଦୀ ଉପରେ ସେତୁ ପାଇଁ ୯.୬୦ କୋଟି ଟଙ୍କା । PWD ରୋଡ-ଏକୋରୀ ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ ପାଇଁ ୮.୬୦ କୋଟି ଟଙ୍କା । ବିଭିନ୍ନ ମଠ ମନ୍ଦିର, ପୂଜାସ୍ଥଳୀ ଓ ଧାର୍ମୀକ ଅନୁଷ୍ଠାନର ସଂରକ୍ଷଣ ଓ ସୁରକ୍ଷା ପାଇଁ ୩.୭୦ କୋଟି ଟଙ୍କା । ଡାବୁଗାଁର ୮୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି । ମେଡେନାର ରାଜୁ ଖାଁ ୫ ଲକ୍ଷ ଓ ଖୁଟୁବାଇର ବିମଳା ମେହେଟା ୫ ଲକ୍ଷ ଟଙ୍କା ଜରିଆରେ ଉପକୃତ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରେ କାମର ହିସାବ ଦେଇ ସେ କହିଲେ ଯେ ତେନ୍ତୁଳିଖୁଣ୍ଟି ଓ କୋଷାଗୁମୁଡାରେ ଦୁଇଟି ସରକାରୀ କଲେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ନନ୍ଦାହାଣ୍ଡିରେ ମେଗାଲିଫ୍ଟ ଜରିଆରେ ଜଳସେଚନ ସୁବିଧାର ବିକାଶ କାମ ଚାଲିଛି । କୋଡିଙ୍ଗା-ଚନ୍ଦାହାଣ୍ଡି ରାସ୍ତା ପାଇଁ ୪୪ କୋଟି । ପୋଦଲଗୁଡା-ଦୁଲୁଘାଟି ରାସ୍ତା ପାଇଁ ୪୫ କୋଟି । ମଙ୍ଗଳଦୋରା ଜଳପ୍ରପାତର ବିକାଶ ପାଇଁ ୩.୨୦ କୋଟି । ମଣ୍ଡାଡୁଙ୍ଗୁରୀ ଶିବ ମନ୍ଦିର ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

March 6, 2026

Recent News

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

March 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version