ଗ୍ରୀନ୍ କ୍ୟାମ୍ପେନ୍‌କୁ ଅରୁଣଙ୍କ ଗୁରୁତ୍ୱ – ଯୋଡ଼ି ଶଙ୍ଖରେ ମତଦାନ ଆହ୍ୱାନ

କ୍ଷେତ୍ରିବରପୁରରେ ମିଶ୍ରଣ

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :->  ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅପରାହ୍ନରୁ ରାତି ଯାଏଁ ନିର୍ବାଚନ ତାତି ଦେଖିବାକୁ ମିଳୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ଦେଇ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଗାଁ ଗାଁରେ ସଭା କରି ନିର୍ବାଚନ ପ୍ରଚାର କରୁଛନ୍ତି । ଡ. ସାହୁ ଗ୍ରୀନ୍ କ୍ୟାମ୍ପେନ୍‌କୁ ଗୁରୁତ୍ୱ ଦେଇଛନ୍ତି । ଶୋଭାଯାତ୍ରା, ଶଦ୍ଦ ପଦୂଷଣଠାରୁ ଦୂରେଇ ପ୍ରତି ଗାଁକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେବା ସହ ଉଭୟ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ନିଜ ପାଇଁ ଆର୍ଶୀବାଦ ଭିକ୍ଷା କରୁଛନ୍ତି ।

ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ହାଟଦ୍ୱାର, ମଙ୍ଗରାଜପୁର, ଖମାରିସାହି, କ୍ଷେତ୍ରିବରପୁର, ବଲ୍ଲଭପୁର, ତୁଳସୀପୁର, ଲେଖନପୁର, ହରିହରପୁର, ପୋଡ଼ାଗଡ଼, ରଘୁନାଥପୁର ଓ ପଲ୍ଲୀଶାସନ ଗାଁକୁ ଯାଇ ନୟାଗଡ଼ ବିଧାୟକ ଡ. ସାହୁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଏବଂ ଓଡ଼ିଶାକୁ ଆଗକୁ ନେବାର ପ୍ରରିକଳ୍ପନା ସମ୍ପର୍କରେ ଆଲୋଚନା କରିଛନ୍ତି । ଓଡ଼ିଶାରେ ବିଜେଡି ଏବେ ୫ଟି ନବୀନ ଗ୍ୟାରେଣ୍ଟି ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ନୟାଗଡ଼ ମାଟିର ବିକାଶ ଓ ଉନ୍ନତୀ ମାର୍ଗକୁ ଆଗେଇ ନେବା ପାଇଁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ।

ଏହି ପ୍ରଚାର କାର୍ଯ୍ୟରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ସମେତ ସ୍ଥାନୀୟ ସରପଞ୍ଚ ଏବଂ ସମିତିସଭ୍ୟମାନେ ଉପସ୍ଥିତ ରହିଥିବା ଦେଖାଯାଇଛି । ଆଜି ପ୍ରଚାର ସମୟରେ କ୍ଷେତ୍ରିବରପୁର ଗ୍ରାମର ବିରୋଧି ଦଳର କର୍ମୀ କୈଳାଶ ଜେନା, ରବିନ୍ଦ୍ର ବରାଡ଼, ବିକ୍ରମ ସ୍ୱାଇଁ, କୈଳାଶ ପ୍ରଧାନ, କୈଳାଶ ବେହେରା ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।