ଇଟାମାଟି ରେ ରକ୍ତଦାନ ଶିବିର

୨୬  ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଇଟାମାଟି :-> ଅଲଟ୍ରାଟେକ ସିମେଣ୍ଟ , ମାରୁଆଡ଼ି ମହିଳା ସମିତି ଇଟାମାଟି, ମାରୁଆଡି ସମାଜ ଇଟାମାଟି ଓ ରାଜକିଶୋର ରାଧାମଣି ସ୍ମୃତି ସଂସଦ, ଇଟାମାଟି ମିଳିତ ଉଦ୍ୟମ ରେ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣ ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା | ମାନ୍ୟବର ବିଧାୟକ ଡ଼. ଅରୁଣ କୁମାର ସାହୁ ଏହି ଶିବିର କୁ ଉଦଘାଟନ କରିଥିଲେ | ପୁଷ୍ପା ଦେବୀ ଅଗ୍ରୱାଲ ଓ ଅଲଟ୍ରାଟେକ ସିମେଣ୍ଟ ର ମୁଖ୍ୟ ସୀତାରାମ ସାର ଯୋଗଦେଇଥିଲେ ଓ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ ,

କିଶୋର ନାୟକ, ଉମେଶ ଚନ୍ଦ୍ର ସାହୁ, ପ୍ରଦୀନ ସାହୁ ,ବିଶ୍ୱନାଥ ମହାପାତ୍ର, ଭାଗିରଥି ବାଇ ,ମିଶନ ଶକ୍ତି ର ମା ମାନେ ଓ ଶ୍ରୀ ଗଣେଷ ଯାତ୍ରା କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ | ଶିବିର ର ମୁଖ୍ୟ ଉଦ୍ୟକ୍ତl କ୍ରିଷ୍ଣା କୁମାର ଅଗ୍ରୱାଲ , ସୁନିତା ଅଗ୍ରୱାଲ ସମସ୍ତ ଅତିଥି ଓ ନୟାଗଡ ରକ୍ତ ଭଣ୍ଡର ର ସମସ୍ତ ସଦସ୍ୟ ଓ ରକ୍ତଦାତା ମାନ ଙ୍କୁ ଧନ୍ୟବାଦ ଦେଇଥିଲେ | ଏହି ଶିବିର ରେ ୨୬ ଇଉନିଟ ରକ୍ତ ସଂଗ୍ରହ କରାଯାଇଥିଲା |