• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯାଦୁଆ ବିକୁଛି ଯାଦୁର ମଲମ : କ୍ଷମତାକୁ ଆସିଲେ ଓଡ଼ିଶାର ବିକାଶ ନିଶ୍ଚିତ କରିବ ବିଜେପି – ଅମିତ ଶାହା

Proprietor Abhimanyu Maharana by Proprietor Abhimanyu Maharana
April 26, 2024
in ଓଡ଼ିଶା, ବୌଦ୍ଧ, ରାଜନୀତି, ହୋମ୍
0
ଯାଦୁଆ ବିକୁଛି ଯାଦୁର ମଲମ : କ୍ଷମତାକୁ ଆସିଲେ ଓଡ଼ିଶାର ବିକାଶ ନିଶ୍ଚିତ କରିବ ବିଜେପି – ଅମିତ ଶାହା
Share on FacebookShare on TwitterWhatsapp

 ଓଡିଶାରେ ପ୍ରଥମ ଥର ପାଇଁ ବିଜେପିର ପୂର୍ଣ ବହୁମତ ବିଶିଷ୍ଟ ସରକାର ଗଠନ ହେବାକୁ ଯାଉଛି

 ଯିଏ ନିଜ ପ୍ରଦେଶର ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଗର୍ବ ଅନୁଭବ କରି ପାରେ ନାହିଁ ସେ ପ୍ରଦେଶକୁ ଆଗକୁ ବଢାଇ ପାରିବ ନାହିଁ

 ବିଜେପିର ସରକାର ଗଠନ ହେଲା ଓଡିଶାର ଲୋକ ମାନଙ୍କୁ ରୋଜଗାର ପାଇଁ ପଳାୟନ କରିବାକୁ ପଡିବ ନାହିଁ

 କାଶୀ ବିଶ୍ୱନାଥ ଭଳି ପୁରୀର ବିକାଶ କରିବ ବିଜେପି

 ମୋଦୀ ସରକାରଙ୍କ ଯୋଜନା ଗୁଡିକରେ ନବୀନ ବାବୁ ନିଜର ଫଟୋ ଲଗାଇ କରନ୍ତି ପ୍ରଚାର

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଗୁରୁବାର ଦିନ ଓଡିଶାର ସୋନପୁରଠାରେ ଜନସଭାକୁ ସମ୍ବୋଧିତ କରି ରାଜ୍ୟର ବିକାଶ ନ ହେବା ପାଇଁ ବର୍ତମାନର ଓଡିଶା ସରକାରଙ୍କୁ ସମାଲୋଚନା କରିଛନ୍ତି ଓ ଓଡିଶାରେ ବିଜେପି ସରକାରଙ୍କ ଯୋଜନା ଗୁଡିକୁ ରେଖାଂକିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ବିଜେପିର ସଭାପତି ମନମୋହନ ସାମଲ, ବଲାଙ୍ଗୀର ଲୋକସଭା ଆସନର ପ୍ରାର୍ଥୀ ଶ୍ରୀମତୀ ସଙ୍ଗୀତା ସିଂହଦେଓ ଓ ଅନେକ ବିଧାନସଭା ପ୍ରାର୍ଥୀ ଓ ପାର୍ଟିର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ସାରା ଦେଶରେ ଲୋକସଭାର ନିର୍ବାଚନ ଚାଲୁଛି ଏବଂ ପୂରା ଦେଶରେ ମୋଦି-ମୋଦି ନାରା ଗୁଜଂରିତ ହେଉଛି । ଦେଶର ଲୋକେ ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଭୋଟ୍ କରୁଛନ୍ତି । ଓଡ଼ିଶାର ଲୋକେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଓଡ଼ିଶାର ଭାଷା, ସଂସ୍କୃତି, ଧର୍ମ ଓ ସାହିତ୍ୟର ଗୌରବ ପାଇଁ ମଧ୍ୟ ପୂର୍ଣ୍ଣ ବହୁମତ ସହିତ ଭାରତୀୟ ଜନତା ପାର୍ଟିର ସରକାର ଗଠନ ପାଇଁ ଭୋଟ୍ କରିବେ । ଯିଏ ନିଜ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ କରେନାହିଁ, ସିଏ ରାଜ୍ୟକୁ ଆଗକୁ ନେଇପାରିବ ନାହିଁ । ଓଡ଼ିଶା ସରକାର କେବଳ ରାଜ୍ୟକୁ ବିକାଶ ଠାରୁ ଦୂରେଇ ରଖିନାହାନ୍ତି, ନିଜ ଅଧିକାରୀଙ୍କ ମାଧ୍ୟମରେ ଭୟଙ୍କର ଦୁର୍ନୀତି ମଧ୍ୟ କରିଛନ୍ତି । ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଛି ।

ଯେଉଁ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଅଛି, ସେଠାରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ଗଙ୍ଗା ପ୍ରବାହିତ ହେଉଛି, କିନ୍ତୁ ସବୁଠୁ ଅଧିକ ଖଣିଜ ସଂପଦ ଓ ପାଣିର ବୈଭବ ହେବା ସତ୍ତ୍ୱେ ବି ଓଡ଼ିଶାରେ ସମୃଦ୍ଧି ଆସିନାହିଁ । ଲକ୍ଷଲକ୍ଷ-କୋଟି କୋଟି ଓଡ଼ିଶାବାସୀଙ୍କୁ ଦାଦନ ଖଟିବା ପାଇଁ ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଓ ପଂଜାବ ଯିବାକୁ ପଡୁଛି । ଶ୍ରୀ ଅମିତ ଶାହ ଲୋକଙ୍କୁ ବିଶ୍ୱାସ ଦେଇ କହିଛନ୍ତି ଯେ, ଓଡ଼ିଶାର ଲୋକେ ନବୀନ ପଟ୍ଟନାୟକଙ୍କ ସରକାରକୁ ହଟାଇ ବିଜେପି ସରକାର ଗଠନ କଲେ, କୌଣସି ଓଡ଼ିଶାବସୀଙ୍କୁ ସ୍ଥାନାନ୍ତର ହେବାକୁ ପଡିବନାହିଁ, ବରଂ ବାହାରୁ ଓଡ଼ିଶାକୁ ଶିଳ୍ପ ଆସିବା ପାଇଁ ବ୍ୟବସ୍ଥା କରାଯିବ । ଗତ 10 ବର୍ଷରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବର୍ଷ ବର୍ଷ ଧରି ଅଟକି ରହିଥିବା ପ୍ରସଙ୍ଗକୁ ସମାଧାନ କରିଛନ୍ତି ।

କଂଗ୍ରେସ ଦଳ ବର୍ଷ ବର୍ଷ ଧରି ରାମମନ୍ଦିର ପ୍ରସଙ୍ଗକୁ ଝୁଲାଇ ରଖିଥିଲା, କିନ୍ତୁ ଦେଶର ଲୋକେ ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ କରିବା ପରେ ୫ବର୍ଷରେ ହିଁ ମାମଲାର ନିଷ୍ପତ୍ତି ଆସିଗଲା, ଭୂମି ପୂଜନ ହେଲା ଏବଂ ଭବ୍ୟ ରାମମନ୍ଦିର ବି ନିର୍ମାଣ ହୋଇ ପ୍ରସ୍ତୁତ ହେଲା । ଓଡ଼ିଶା ସରକାର ରାମମନ୍ଦିର ଉତ୍ସବକୁ ଭ୍ରମିତ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ଓଡ଼ିଶାବାସୀ ସେହି ପ୍ରୟାସକୁ ବିଫଳ କରିଥିଲେ । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହୁଛନ୍ତି ଯେ, ରାଜସ୍ଥାନ ଓ ଓଡ଼ିଶା ଲୋକଙ୍କର କାଶ୍ମୀର ସହିତ କଣ ନେଣଦେଣ ରହିଛି । କିନ୍ତୁ ଖଡଗେ ସାହେବଙ୍କୁ ଏହା ଜଣାନାହିଁ ଯେ, ଓଡ଼ିଶାର ଜଣେ ଜଣେ ଯୁବକ କାଶ୍ମୀର ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି । କଂଗ୍ରେସ କାଶ୍ମୀରକୁ ଭାରତ ଠାରୁ ଭିନ୍ନ କରୁଥିବା ୩୭୦ ଧାରାକୁ ୭୦ ବର୍ଷ ଯାଏ ଅବାଂଛିତ ସନ୍ତାନ ପରେ କୋଳରେ ରଖିଥିଲା, କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୩୭୦ ଧାରାକୁ ଦୂର କରି କାଶ୍ମୀରକୁ ସବୁବେଳ ପାଇଁ ଭାରତର ଅଙ୍ଗ ବନାଇଛନ୍ତି ।

ବିଜେପି ସରକାର ଦେଶରୁ ଆତଙ୍କବାଦ ଓ ନକ୍ସଲବାଦକୁ ସମାପ୍ତ କରିବାର କାର୍ଯ୍ୟ କରିଛି । ଶ୍ରୀ ଶାହ କହିଛନ୍ତି ଯେ, ପୂର୍ବରୁ ପାକିସ୍ତାନରୁ ସବୁବେଳେ ଆତଙ୍କବାଦୀମାନେ ଆସି ବୋମା-ବିସ୍ଫୋରଣ କରି ଚାଲିଯାଉଥିଲେ, କିନ୍ତୁ ବିଜେପି ସରକାରରେ ଆତଙ୍କବାଦୀମାନେ ଉରି ଓ ପୁଲୱାମାରେ ଆକ୍ରମଣ କରିବାର ଭୁଲ କରିବାରୁ ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ ଏବଂ ଏୟାରଷ୍ଟ୍ରାଇକ କରି ଆତଙ୍କବାଦୀଙ୍କ ସଫା କରାଯାଇଥିଲା । ଆଦରଣୀୟ ପ୍ରଧାନମନ୍ତ୍ରୀ ୮୦ କୋଟି ଗରିବଙ୍କୁ ପ୍ରତିମାସରେ ୫ କିଲୋ ଚାଉଳ ପ୍ରଦାନ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର କହୁଛି ଯେ, ଖାଦ୍ୟାନ୍ନ ରାଜ୍ୟ ସରକାର ଦେଉଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । କେନ୍ଦ୍ର ସରକାର ଦ୍ୱାରା ଦିଆଯାଇଥିବା ଚାଉଳକୁ ନିଜ ବ୍ୟାଗରେ ଦେବା କାର୍ଯ୍ୟ କରାଯାଉଛି ।

ଗତ ୧୦ ବର୍ଷରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୨ କୋଟି ଗରିବଙ୍କ ଘରେ ଶୌଚାଳୟ ନିର୍ମାଣ କରିଛନ୍ତି, ୪ କୋଟି ଘର ନିର୍ମାଣ କରିଛନ୍ତି, ୧୦ କୋଟି ମାଆ ଭଉଣୀଙ୍କୁ ଗ୍ୟାସ ସଂଯୋଗ ଦେଇଛନ୍ତି ଏବଂ ୧୪ କୋଟି ଲୋକଙ୍କ ଘର ଯାଏ ନଳ ଯୋଗେ ଜଳ ପହଂଚାଇବାର କାମ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସାରା ଦେଶର ୬୦ କୋଟି ଗରିବଙ୍କୁ ୫ ଲକ୍ଷ ଟଙ୍କା ଯାଏ ନିଶୁଳ୍କ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି । କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲାଗୁ ହେବାକୁ ଦେଉନାହାନ୍ତି, କିନ୍ତୁ ବିଜେପି ବିଜୟୀ ହେଲେ ଓଡ଼ିଶାରେ ବି ୫ ଲକ୍ଷ ଟଙ୍କା ଯାଏ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ବିଜେପି ସରକାର ଗଠନ ହେଲେ ଓଡ଼ିଶାରେ ଟେକ୍ସଟାଇଲ ମିଲ ନିର୍ମାଣ କରି କପା ଚାଷୀଙ୍କ ସହାୟତା କରାଯିବ ଏବଂ ମତ୍ସ୍ୟ ପାଳନ କଲେଜ ନିର୍ମାଣ କରି ସମସ୍ତ ମତ୍ସ୍ୟଜୀବୀଙ୍କୁ ଆଗକୁ ବଢାଇବାର କାମ ବି କରାଯିବ ।

କୃଷି ଆଧାରିତ ଶିଳ୍ପ ଓ ଆୟୁର୍ବେଦିକ ଔଷଧ କାରଖାନା ଖୋଲି ଚାଷୀଙ୍କୁ ସମୃଦ୍ଧ କରାଯିବ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ କାଶୀ ପରି ପୁରୀର ମଧ୍ୟ ବିକାଶ କରାଯିବ । ଶ୍ରୀ ଶାହ କହିଛନ୍ତି ଯେ, ଓଡିଶାରେ ବିକାଶର ଅନେକ ସମ୍ଭାବନା ରହିଛି । ସାରା ଦେଶରେ ସବୁଠାରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ଅଛି ଓ ସବୁଠାରୁ ଅଧିକ ଦାରିଦ୍ର୍ୟ ମଧ୍ୟ ଓଡିଶାରେ ଅଛି। ହେଲେ ବିଜେପି ସରକାର ଗଠନ ହେବା ପରେ ଖଣିଜ ସମ୍ପଦର ଭଲ ବ୍ୟବହାର କରାଯାଇ ଆଦିବାସୀ ଲୋକ ମାନଙ୍କର ବିକାଶ ଓ ତାଙ୍କୁ ଆଗକୁ ବଢାଇବାର କାର୍ଯ୍ୟ ବିଜେପି ସରକାର କରିବ। ୟୁପିଏ ସରକାରଙ୍କ ଶାସନକାଳରେ ଓଡିଶାର ବିକାଶ ପାଇଁ ଦଶ ବର୍ଷରେ ୧ ଲକ୍ଷ ୪୫ ହଜାର କୋଟି ଟଙ୍କା ପ୍ରଦାନ କରିଥିଲା କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗତ ଦଶ ବର୍ଷ ମଧ୍ୟରେ ଏହି ଧନରାଶିକୁ ବଢାଇ ଚାରି ଲକ୍ଷ ୮୧ ହଜାର କୋଟି ଟଙ୍କା କରିଥିଲେ ।

ମୋଦୀ ସରକାର ଓଡିଶାର ଭିତ୍ତିଭୂମିର ବିକାଶ ପାଇଁ ୧ଲକ୍ଷ ୫୦ହଜାର କୋଟି ଟଙ୍କା, ସଡକ ପାଇଁ ୨୩ ହଜାର କୋଟି ଟଙ୍କା, ରେଳବାଇ ପାଇଁ ୬୫ ହଜାର କୋଟି ଟଙ୍କା ଓ ବିମାନ ବନ୍ଦର ପାଇଁ ୫ ଶହ କୋଟି ଟଙ୍କା ଆବଂଟିତ କରିଛନ୍ତି । ଏକ ସର୍ଭେରେ ଏହା ସ୍ପଷ୍ଟ କରାଯାଇଛି ଯେ ଓଡିଶା ରାଜ୍ୟର ଇତିହାସରେ ନବୀନ ପଟ୍ଟନାୟକଙ୍କ ଶାସନରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇ ନାହିଁ। ଦେଶର ଯେଉଁ ରାଜ୍ୟ ମାନଙ୍କରେ ବିଜେପିର ଡବଲ ଇଂଜିନ ସରକାର ଗଠନ ହୋଇଛି ସେହି ରାଜ୍ୟ ଗୁଡିକ ଅତ୍ୟନ୍ତ କ୍ଷିପ୍ର ଗତିରେ ପ୍ରଗତି କରୁଛନ୍ତି । ସାରା ବିଶ୍ୱର ଶିଳ୍ପକୁ ଓ଼ଡିଶାରେ ସ୍ଥାପନା କରିବା, ପ୍ରତ୍ୟେକ ବିଲକୁ ଜଳସେଚନର ପାଣି ପହଂଚାଇବା, ରାଜ୍ୟ ର ପ୍ରତ୍ୟେକ ଚାଷୀ ଓ ଶ୍ରମିକକୁ ସମୃଦ୍ଧ କରିବାର ସମୟ ଆସିଯାଇଛି । ଆଦରଣୀୟ ନରେନ୍ଦ୍ର ମୋଦୀଙ୍କର ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବାର ସଂକଳ୍ପ ରହିଛି । ଏହି ଦେଶ ସେତେବେଳେ ବିକଶିତ ହେବ ଯେତେବେଳେ ଓଡିଶା ମଧ୍ୟ ବିକଶିତ ହେବ । ଶ୍ରୀ ଶାହ ଲୋକସଭାର ସମସ୍ତ ଆସନ ସହିତ ଓଡିଶା ବିଧାନସଭାରେ ଭାରତୀୟ ଜନତା ପାର୍ଟିକୁ ପ୍ରଚଂଡ ବହୁମତରେ ବିଜୟୀ କରାଇବାକୁ ଅପିଲ କରିଛନ୍ତି।

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

March 6, 2026
ନିଆଳି ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ବାର୍ଷିକ ସେମିନାର ଅନୁଷ୍ଠିତ

ନିଆଳି ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ବାର୍ଷିକ ସେମିନାର ଅନୁଷ୍ଠିତ

March 6, 2026

Recent News

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

“କଳାକ୍ଷେତ୍ର”ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ “କଳାକ୍ଷେତ୍ର ଗାଁ” ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ

March 6, 2026
ନିଆଳି ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ବାର୍ଷିକ ସେମିନାର ଅନୁଷ୍ଠିତ

ନିଆଳି ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ବାର୍ଷିକ ସେମିନାର ଅନୁଷ୍ଠିତ

March 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version