ଆଲଡା-ଜଳସରପୁର ମା’ହିଙ୍ଗୁଳା ଯଜ୍ଞାତ୍ସବ ଓ ସମ୍ବର୍ଦ୍ଧନା ସଭା

୨୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :->  କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ଵର ପଂଚାୟତଅନ୍ତର୍ଗତ ଆଲଡା-ଜଳସରପୁର ଗ୍ରାମର ମା’ହିଙ୍ଗୁଳାଙ୍କ ୫୩ତମ ମହାଯଜ୍ଞାତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ୨୨ତାରିଖ ଠାରୁ ଅନୁଷ୍ଠିତ ଯଜ୍ଞ ଉତ୍ସବର ଆଜି ପୂର୍ଣ୍ଣାହୁତି ହୋଇଛି । ଅନୁଷ୍ଠିତ ପୂଜା ଉତ୍ସବରେ କୋରାଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ, ପିସିସି ଉପସଭାପତି ବନ୍ଦିତା ପରିଡା ଯୋଗଦେଇ ମାଆଙ୍କ ଆଶିଷ କାମାନ କରିଥିଲା ବେଳେ ଅଂଳଚବାସୀ ମଙ୍ଗଳ ବିଧାନ କରିଥିଲେ ।

ଏହି ଅବସରରେ ହିଙ୍ଗୁଳା କମିଟିର ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ସଭା ସଭାପତି କୈଳାଶଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିଲା । କୋଷାଧ୍ୟକ୍ଷ ମନୋଜ ଦାସଙ୍କ ସଂଚାଳନାରେ ମୁଖ୍ୟଅତିଥି ଭାବେ ଧନେଶ୍ଵର ପଂଚାୟତର ସରପଂଚ ଶ୍ୟାମସୁନ୍ଦର ମାଝୀ ଓ ସମ୍ମାନିତ ଅତିଥି ‌ ଭାବେ ସମିତିସଭ୍ୟ ରମେଶଚନ୍ଦ୍ର ମାଝୀ ଯୋଗଦେଇଥିଲେ। ଅନୁଷ୍ଠିତ ସଭାରେ ବିଶିଷ୍ଟଗୀତିକବି ନନ୍ଦକିଶୋର ସିଂହ, ବ୍ୟାସନଗର ସଂୟ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ମାଝୀ,

ବିଶିଷ୍ଟ ଶିଶୁସାହିତ୍ୟିକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଓ ମା’ହିଙ୍ଗୁଳା ସ୍ଥାପକ ଅଙ୍କୁର ମଲିକଙ୍କ ନାତି ଫକୀର ମଲିକ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ଶ୍ରୀକାନ୍ତ ରାଉତ ସ୍ବାଗତ ଭାଷଣ ଓ ମାନସ ରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁରଲି ଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମେଲୋଡ଼ି କାର୍ଯ୍ୟକର୍ମ ହୋଇଥିଲା ବେଳେ ରାତିରେ ଅପେରା ପାର୍ଟି ‘ରୟାଲ ଓଡ଼ିଶା’ ଦ୍ବାରା ନାଟକ ପରିବେଶଣ ହୋଇଥିଲା । କାର୍ଯ୍ୟକ୍ରମ ଅନୁଷ୍ଠାନର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।